ବଲାଙ୍ଗୀରରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ
ବଲାଙ୍ଗୀର, ୦୬ ଡିସେମ୍ବର(ହି.ସ.) – ଆଜି ଡ଼ିସେମ୍ବର ୬ ତାରିଖ ଦିନ ବଲାଙ୍ଗିର ମନୋହର ପୁର ପୁଲିସ ପେରେଡ ପଡିଆଠାରେ ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସପି ଅବିନାଶ ଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସହ ପେରେଡରେ ଅଭିବାଦନ ଗ୍ରହଣ କର
ବଲାଙ୍ଗିର ରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗିର ରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗିର ରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗିର ରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗୀର, ୦୬ ଡିସେମ୍ବର(ହି.ସ.) – ଆଜି ଡ଼ିସେମ୍ବର ୬ ତାରିଖ ଦିନ ବଲାଙ୍ଗିର ମନୋହର ପୁର ପୁଲିସ ପେରେଡ ପଡିଆଠାରେ ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସପି ଅବିନାଶ ଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସହ ପେରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ, ସମାଜ ସେବୀ ଶ୍ରୀକର ମିଶ୍ର, ସିଆରପିଏଫ୍ କମଣ୍ଡେଂଟ, ବିଭିନ୍ନ ପୋଲିସ କର୍ମଚାରୀ, ଅବସର ପ୍ରାପ୍ତ ପୋଲିସ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗୃହରକ୍ଷୀ ବାହିନୀର ଆବଶ୍ୟକତାକୁ ଉଲେଖ କରି ଏହି ଦିବସ ଉପଲକ୍ଷେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହରକ୍ଷୀ ବାହିନୀ ମହା-ନିର୍ଦ୍ଦେଶକଙ୍କ ବାର୍ତା ମୁଖ୍ୟ ଅତିଥି ପାଠ କରିଥିଲେ। ପ୍ରାରମ୍ଭରେ ଗୃହରକ୍ଷୀ ମାନଙ୍କ କାର୍ଯ୍ୟ ଏକ ସ୍ୱେଚ୍ଛାସେବୀ କାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତମାନ ସେମାନେ ପ୍ରାକୃତିକ ବିପର୍ଯ୍ୟୟ ,ଦଙ୍ଗା,ଦୈବି ଦୁର୍ବିପାକ ବେଳେ ସେବା ଯୋଗାଇବା ବ୍ୟତୀତ କନେଷ୍ଟବଲ ମାନଙ୍କ ଭଳି ଟ୍ରାଫିକ ନିୟନ୍ତ୍ରଣ,ଆଇନ ଶୃଂଖଳା ପରିସ୍ଥିତି ରକ୍ଷା କରିବାରେ ନିର୍ଣାୟକ ଭୂମିକା ବହନ କରୁଥିବାରୁ ଗୃହରକ୍ଷୀଙ୍କୁ ମୁଖ୍ୟ ଅତିଥି ଉଚ୍ଚ ପ୍ରଶଂସା କରି ଥିଲେ। ଗୃହରକ୍ଷୀ ଡିଏସପି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପେରେଡ କମାଣ୍ଡର ପେରେଡ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande