
ଖୋର୍ଦ୍ଧା, 6 ଡିସେମ୍ବର (ହି.ସ.) - ସ୍ଥାନୀୟ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୬୩ତମ ଗୃହରକ୍ଷୀ ଓ ବେଶମାରିକ ବାହିନୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆନୁଷ୍ଠାନିକ ପ୍ୟାରେଡ ଆୟୋଜିତ ହୋଇଥିଲା ।ଖୋର୍ଦ୍ଧା ପୋଲିସ ଆରକ୍ଷୀ ଅଧିକ୍ଷକ, ବିବେକାନନ୍ଦ ଶର୍ମା, ଆଇ.ପି.ଏସ୍. କାର୍ଯ୍ୟକ୍ରମରେ ଯୋଗଦେଇ ପ୍ୟାରେଡ ନିରୀକ୍ଷଣ କରିଥିଲେ । ତାଙ୍କର ଉଦ୍ବୋଧନରେ ସେ ସମସ୍ତ ଗୃହରକ୍ଷୀ ଓ ବେଶମାରିକ ବାହିନୀ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ସାର୍ବଜନିକ ଶୃଙ୍ଖଳା, ବିପଦ ନିରାକରଣ, ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସ ସହଯୋଗରେ ତାଙ୍କର ନିଷ୍ଠାପୂର୍ଣ୍ଣ ସେବାକୁ ପ୍ରଶଂସା କରିଥିଲେ । ସେ ନିୟମିତ ପ୍ରଶିକ୍ଷଣ, ଶିଷ୍ଟାଚାର ଓ ସମନ୍ୱୟର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ