ନଦୀରେ ବୁଡି ଛାତ୍ର ମୃତ : ସ୍ଥାନୀୟ ଅଂଚଳରେ ଶୋକ
ଧର୍ମଶାଳା,୬ଡିସେମ୍ବର(ହି.ସ.) - ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଂଚାୟତ ବରାଂଶ ଅଂଚଳରେ ଅଘଟଣ । ସ୍ଥାନୀୟ ଖରସ୍ରୋତା ନଦୀରେ ବୁଡି ଜଣେ ନବମ ଶ୍ରେଣୀ ଛାତ୍ରର ଅକାଳ ବିୟୋଗ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତ ଛାତ୍ର ଜଣକ ହେଲେ ରାଜେନ୍ଦ୍ର କଣ୍ଠଙ୍କ
ନଦୀରେ ବୁଡି ଛାତ୍ର ମୃତ : ସ୍ଥାନୀୟ ଅଂଚଳରେ ଶୋକ


ଧର୍ମଶାଳା,୬ଡିସେମ୍ବର(ହି.ସ.) - ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଂଚାୟତ ବରାଂଶ ଅଂଚଳରେ ଅଘଟଣ । ସ୍ଥାନୀୟ ଖରସ୍ରୋତା ନଦୀରେ ବୁଡି ଜଣେ ନବମ ଶ୍ରେଣୀ ଛାତ୍ରର ଅକାଳ ବିୟୋଗ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତ ଛାତ୍ର ଜଣକ ହେଲେ ରାଜେନ୍ଦ୍ର କଣ୍ଠଙ୍କ ପୁଅ ସାରଥୀ(୧୫) ବୋଲି ଜଣାପଡିଛି ।

ସୂଚନା ମୁତାବକ,ଆଜି ଶନିବାର ଥିବାରୁ ସାରଥୀ ସାଙ୍ଗମାନଙ୍କ ସହ ବିଦ୍ୟାଳୟକୁ ଯିବାକୁ ଘରେ କହି ଆସିଥିଲେ । ବାହାଦଲାପୁର ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ନଦୀ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପଂହଚି ପାଣିରୁ ମୃତ ଦେହ ଉଦ୍ଧାର କରିଥିଲେ । ଏନେଇ କୁଆଖିଆରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଦେଇଥିବା ବେଳେ ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଚଳାଇଛି । ତେବେ ଏଭଳି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande