ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ରାଷ୍ଟ୍ରୀୟ ସମରସତା ଦିବସ
ବଲାଙ୍ଗିର, 6 ଡିସେମ୍ବର ( ହି.ସ.) ଭାରତୀୟ ସମ୍ବିଧାନର ପ୍ରଣେତା ତଥା ସାମାଜିକ ସମରସତାର ପ୍ରତୀକ ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ଠାରେ ବହୁମୁଖୀ ପ୍ରତିଭା ସମାହିତ ହୋଇ ରହିଥିଲା। ପ୍ରଖର ତେଜସ୍ୱୀ, ବୁଦ୍ଧିମାନ, ଲେଖକ, ବିଚାରକ, ସମାଜ ସୁଧାରକ, ବାରିଷ୍ଟର, ରାଜନେତା, ଅର୍ଥଶାସ୍ତ୍ରୀ, ଇତିହାସ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ରାଷ୍ଟ୍ରୀୟ ସମରସତା ଦିବସ


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ରାଷ୍ଟ୍ରୀୟ ସମରସତା ଦିବସ


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ରାଷ୍ଟ୍ରୀୟ ସମରସତା ଦିବସ


ବଲାଙ୍ଗିର, 6 ଡିସେମ୍ବର ( ହି.ସ.)

ଭାରତୀୟ ସମ୍ବିଧାନର ପ୍ରଣେତା ତଥା ସାମାଜିକ ସମରସତାର ପ୍ରତୀକ ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ଠାରେ ବହୁମୁଖୀ ପ୍ରତିଭା ସମାହିତ ହୋଇ ରହିଥିଲା। ପ୍ରଖର ତେଜସ୍ୱୀ, ବୁଦ୍ଧିମାନ, ଲେଖକ, ବିଚାରକ, ସମାଜ ସୁଧାରକ, ବାରିଷ୍ଟର, ରାଜନେତା, ଅର୍ଥଶାସ୍ତ୍ରୀ, ଇତିହାସକାର ଆଦି ଅନେକ ଗୁଣର ଅଧିକାରୀ ଥିଲେ। ନିଜର ପ୍ରତିଭା, ଦୃଢ ଇଚ୍ଛାଶକ୍ତି, କର୍ତବ୍ୟ ନିଷ୍ଠା ବଳରେ ସେ ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରିଥିଲେ। ବାବାସାହେବ କୌଣସି ଏକ ସମାଜର ନେତା ନଥିଲେ, ସେ ସମଗ୍ର ରାଷ୍ଟ୍ରର ନେତା ଥିଲେ କାହିଁକି ନା ସମଗ୍ର ରାଷ୍ଟ୍ର ପାଇଁ କାର୍ଯ୍ୟ କରୁଥିଲେ । ସାରା ଦେଶର ପଛୁଆ ବର୍ଗର ଉତ୍‌ଥାନ, ସମାଜରୁ ଜାତିପ୍ରଥା ଓ ଅସ୍ପୃଷ୍ୟତା ଦୂର କରି ସାମାଜିକ ସମତା ଆଣିବା ପାଇଁ ସେ ଅନେକ ପ୍ରକାରର କାର୍ଯ୍ୟ କରିଥିଲେ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତା’ର ସ୍ଥାପନା ଦିନ ଠାରୁ ସାମାଜିକ ସମରସତା ପାଇଁ କାର୍ଯ୍ୟ କରିଆସୁଛି। ଏହି ମହାନ ରାଷ୍ଟ୍ରପୁରୁଷଙ୍କ ମହାନିର୍ବାଣ ଦିନ ତଥା ଡ଼ିସେମ୍ବର ୬ ତାରିଖକୁ ସମତା ଦିବସ କହି କାର୍ଯ୍ୟକର୍ତ୍ତାମାନେ ଦେଶସାରା ପାଳନା କରିବା ପାଇଁ ସୂଚୀତ କରିଥିଲେ। ଏହି ଆଗ୍ରହକୁ ଦେଖ୍ ୧୯୬୦ରେ ରାୟପୁର ଓ ମଧ୍ୟ ପ୍ରଦେଶରେ ହୋଇଥିବା ଅଖିଳ ଭାରତୀୟ ଅଧିବେଶନରେ ସାମାଜିକ ସମତା ବିଷୟରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ହିଁ ଡ଼. ଭୀମରାଓ ଆମ୍ବେଦକରଙ୍କର ମହାନିର୍ବାଣ ଦିନକୁ “ ସାମାଜିକ ସମରସତା ଦିବସ” ରୂପେ ସାରା ଦେଶରେ ପାଳନ କରିବା ପାଇଁ ଆହ୍ୱାନ କରାଗଲା। ବିଦ୍ୟାର୍ଥୀ ପରିଷଦ ସେଦିନର ପ୍ରୟାସ ଆଜି ସମଗ୍ର ଦେଶରେ ବିଷମତା ଦୂର କରିବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପରିଷଦର କାର୍ଯ୍ୟକର୍ତ୍ତାମାନେ ନିଜ ଶାଖା, ମହାବିଦ୍ୟାଳୟ, ଛାତ୍ରାବାସ, ବସ୍ତି, ଗାଁ, ସହର ଆଦି ସ୍ଥାନରେ ନିରନ୍ତର ପ୍ରୟାସ ଯୋଗୁଁ ଆଜି ଲୋକମାନେ ସଚେତନ ହେଲେଣି ଏବଂ ସେମାନେ ସମାଜରୁ ଅସ୍ପୃଷ୍ୟତା, ଭେଦଭାବ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ସ୍ଥାନୀୟ କଚେରୀ ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଦୀପ ପ୍ରଜ୍ବଳନ କରିଯାଇଅଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାବା ସାହେବ ଙ୍କ ରାଷ୍ଟ୍ରୀୟ ବିଚାର କୁ ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ପହଞ୍ଚାଇବ ବୋଲି ନଗର ସମ୍ପାଦକ ଆକାଶ କମ୍ପ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ଆକାଶ କମ୍ପ,ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମି, ସଂଗଠନ ସଂପାଦକ ବିକାଶ ସାହୁ, ନଗର ସହ ସମ୍ପାଦକ ସ୍ଵାଧୀନ କୁମ୍ଭାରୀ, ନଗର ଖେଳ ଭାରତ ପ୍ରମୁଖ ଆଲୋକ ମାରଣ୍ଡି, ଆଉ କେ ଏମ ଂଯୋଜିକା ଅନିସା କୁମ୍ଭାର ,ସଂଯୋଜିକା ଚୁଲବତୀ ନନ୍ଦ , ଛାତ୍ରୀ ପ୍ରମୁଖ ଅଶ୍ଵିନୀ ସଣ୍ଢ, ତିଳୋତ୍ତମା ସୁନା,ପପି ନାଏକ,ରୋସନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande