ସମାଜ ବିଜ୍ଞାନ ବିଭାଗରେ ଏକ ଦିବସସୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ସମାଜ ବିଜ୍ଞାନ ବିଭାଗରେ ଏକ ଦିବସସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ନୂଆପଡ଼ା,୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ତଥା ଆଇକ୍ୟୁଏସି ଓ ଆରଏନଡି ସେଲର ମିଳିତ ସହଯୋଗରେ ଆମନ୍ତ୍ରୀତ ଲେକଚର ସିରିଚ ବିଦ୍ୟାଧାରା-୩ ଅଧ୍ୟକ୍ଷ ଡ଼.
Alochana chakra


ସମାଜ ବିଜ୍ଞାନ ବିଭାଗରେ ଏକ ଦିବସସୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ନୂଆପଡ଼ା,୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ତଥା ଆଇକ୍ୟୁଏସି ଓ ଆରଏନଡି ସେଲର ମିଳିତ ସହଯୋଗରେ ଆମନ୍ତ୍ରୀତ ଲେକଚର ସିରିଚ ବିଦ୍ୟାଧାରା-୩ ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମାଜରେ ଶ୍ରମିକମାନଙ୍କର ବର୍ଗୀକରଣ ଶୀର୍ଷକ ଉପରେ ଅନୁଷ୍ଠିତ ସଂପାନରେ ସାହସପୁର ମହାବିଦ୍ୟାଲୟ ବାଲିଚନ୍ଦ୍ରପୁର, ଯାଜପୁରର ସମାଜ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼. ଜୟଦେବ ଶତପଥୀ ଆଭାସୀ ମାଧ୍ୟମରେ ଯୋଗଦେଇ ବିଷୟ ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡ. ସୁରେନ୍ଦ୍ର କଲେତ ଅତିଥି ପରିଚୟ ପ୍ରଦାନ କରିଥିଲେ l ସହକାରୀ ପ୍ରଫେସର ଡ଼. ଶିବ କୁମାର, ଅଧ୍ୟାପକ ପରମାନନ୍ଦ ପାନ୍ ଏବଂ ପ୍ରବୀଣ ପଟ୍ଟନାୟକ ପ୍ରସଙ୍ଗ ଉପରେ ସମ୍ୟକ ସୂଚନା ଦେଇଥିଲେ l ଅଧ୍ୟାପକ ପ୍ରଶାନ୍ତ କୁମାର୍ ସାହୁ ବୈଷୟିକ ସହଯୋଗ କରିଥିବାବେଳେ ଡ଼. ଲିଙ୍ଗରାଜ ସାହୁ, ଦୁଷ୍ମନ୍ତ ବେହେରା, ମନୋଜ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପକ ଚନ୍ଦ୍ରକାନ୍ତ ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଂପାନରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande