ବି.ଆର.ଆମ୍ବେଦକରଙ୍କ ୬୯ତମ ମହାପରିନିର୍ବାଣ ଦିବସ ପାଳିତ
ବଲାଙ୍ଗିର, ୬ ଡିସେମ୍ବର (ହି.ସ.)- ଗେଡସୋରୋବର ପଡା ଲକ୍ଷେ ଘର ଗଣ୍ଡା ସମାଜ ଆନୁକୁଲ୍ୟରେ ଡ.ଅମ୍ବେଦକର ପାଠାଗାର ପ୍ରାଙ୍ଗଣରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ୬୯ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଯୁବ ନେତା ସୀତାରାମ କୁମ୍ଭାରଙ୍କ ପରିଚାଳନାରେ ସଭା କାର୍ଯ
. ବି.ଆର.ଆମ୍ବେଦକରଙ୍କ ୬୯ତମ ଦିବସ ମହାପରିନିର୍ବାଣ ଦିବସ ପାଳିତ


. ବି.ଆର.ଆମ୍ବେଦକରଙ୍କ ୬୯ତମ ଦିବସ ମହାପରିନିର୍ବାଣ ଦିବସ ପାଳିତ


ବଲାଙ୍ଗିର, ୬ ଡିସେମ୍ବର (ହି.ସ.)- ଗେଡସୋରୋବର ପଡା ଲକ୍ଷେ ଘର ଗଣ୍ଡା ସମାଜ ଆନୁକୁଲ୍ୟରେ ଡ.ଅମ୍ବେଦକର ପାଠାଗାର ପ୍ରାଙ୍ଗଣରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ୬୯ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଯୁବ ନେତା ସୀତାରାମ କୁମ୍ଭାରଙ୍କ ପରିଚାଳନାରେ ସଭା କାର୍ଯ୍ୟ ଆରମ୍ଭ ହୋଇ ସମ୍ପାଦକ ଅଶୋକ କୁମାର ହରପାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ପଶ୍ଚିମ ଓଡିଶା ଗଣ୍ଡା ସମାଜ ସଭାପତି ତଥା କଂଗ୍ରେସ ନେତା ଓମ୍ ପ୍ରକାଶ କୁମ୍ଭାର, ସମ୍ମାନିତ ଅତିଥି ଏମ୍‌ବିଏମ୍‌ଏମ୍ ସଭାପତି ତରଣିସେନ ଦିପ ଓ ମୁଖ୍ୟବକ୍ତା ବିଜୟ ଚନ୍ଦ୍ର ବାରିକ ଯୋଗଦେଇ ଆମ୍ବେଦକରଙ୍କ ବିଚାରଧାରାରେ ସମାଜକୁ ସୁସଂଗଠିତ କରି ସମ୍ବିଧାନର ମୂଳ ଲକ୍ଷ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଜର ମତ ରଖିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟ ବକ୍ତା ମଧ୍ୟରେ ଜ୍ୟୋତିଷ ମୁଗ୍ରୀ, ରଘୁନାଥ ମୁଗ୍ରୀ ସମାଜ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ବିଜୟ ହରିପାଲ, ପ୍ରକାଶ ରାଏ, ଲଳିତ ନାଏକ, ରଂଜନ ଭୋଇ, ଶିବା ଭରାସ, ସାଗର କୁମ୍ଭାର, ମୁନା ହରପାଲ, ସୁରେଶ ହରପାଲ, ମୁନା କୁମ୍ଭାର, ଫଣିନ୍ଦ୍ର କୁମ୍ଭାର, ଦିପକ ନାଗ, ଦଶମୁ ସୁନା, ଚନ୍ଦନ ଭୋଇ, ଜ୍ୟୋତି ପ୍ରକାଶ କୁମ୍ଭାର, ରାଜେଶ ପୋଡ, କପିଳ ପାଣିଗ୍ରାହୀ, ସୁବଳୟା କୁମ୍ଭାର, ଭୂମିସୂଚନା ନାଏକ, ଦିବାଶିଷ ନାଏକ ତଥା ସହସ୍ରାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ । ଶେଷରେ ଶିଶର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande