ଆଂଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ
ସମ୍ବଲପୁର, ୦୬ ଡିସେମ୍ବର(ହି.ସ.) – ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ବଲପୁରର ନିର୍ଦ୍ଦେଶକ ଡ଼. ମୁରଲିଧର ମାଝୀ ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ଅନୁଷ୍ଠାନର ବିଭିନ୍ନ ବିଭାଗ, ଗ୍ରନ୍ଥାଗାର, ସଭାକକ୍ଷ, ବିଜ୍ଞାନାଗାର, କମ୍ପୁଟର କେନ୍ଦ୍ର, ଛା
ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ


ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ


ସମ୍ବଲପୁର, ୦୬ ଡିସେମ୍ବର(ହି.ସ.) – ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ବଲପୁରର ନିର୍ଦ୍ଦେଶକ ଡ଼. ମୁରଲିଧର ମାଝୀ ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ଅନୁଷ୍ଠାନର ବିଭିନ୍ନ ବିଭାଗ, ଗ୍ରନ୍ଥାଗାର, ସଭାକକ୍ଷ, ବିଜ୍ଞାନାଗାର, କମ୍ପୁଟର କେନ୍ଦ୍ର, ଛାତ୍ରାବାସ ଓ ଛାତ୍ରୀ ନିବାସ ବୁଲି ଦେଖିବା ସହିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ କଥାବାର୍ତା କରି ବିଭିନ୍ନ ଅସୁବିଧା ତଥା ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ଡ଼. ମାଝୀ ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସହିତ ନାକ୍‌(ଏନଏଏ ସି) ଗ୍ରେଡ଼ ନିମନ୍ତେ ଆବେଦନ ନେଇ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଓ ଏସ୍ ପି ୨ୟ ବାଟାଲିୟନ ଓଡ୍ରାଫ ୟୁନିଟ୍ ର ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ତେଜବାହାଦୁର ଗୁରୁଙ୍ଗ୍ ଓ ତାଙ୍କ ଟିମ ଙ୍କ ପ୍ରଶିକ୍ଷଣ ଓ ଏନ୍ ସି ସି ୟୁନିଟ୍ ର ପରିଚାଳନା ରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିରକୁ ଡ଼. ମାଝୀ ଉଦଘାଟନ କରିଥିଲେ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରେ ଦେଖାଦେଉଥିବା ବିପଦ ଓ ତାକୁ ସାମନା କରିବା ପାଇଁ ବିଭିନ୍ନ କୌଶଳ ଓ ପ୍ରସ୍ତୁତି ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ ଓ ଅନୁଧ୍ୟାନକୁ ଅଂଚଳବାସୀ ସ୍ୱାଗତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande