ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ଜୟପୁର, ୬ ଡିସେମ୍ବର (ହି.ସ.)- ବିକ୍ରମଦେବ କଳା ଓ ଚାରୁକଳା ବିଦ୍ୟାଳୟ ସୀମାଦ୍ରି ମହାରଣା କଳା ଭବନ ଜୟପୁର ପରିସରରେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୋକମହୋତ୍ସବ ପରବ ଉପଲକ୍ଷେ ଆୟୋଜିତ ଏହି ପ୍ରଦର୍ଶନୀକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ
ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ


ଜୟପୁର, ୬ ଡିସେମ୍ବର (ହି.ସ.)- ବିକ୍ରମଦେବ କଳା ଓ ଚାରୁକଳା ବିଦ୍ୟାଳୟ ସୀମାଦ୍ରି ମହାରଣା କଳା ଭବନ ଜୟପୁର ପରିସରରେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୋକମହୋତ୍ସବ ପରବ ଉପଲକ୍ଷେ ଆୟୋଜିତ ଏହି ପ୍ରଦର୍ଶନୀକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ଉଦଘାଟନ କରିଥିଲେ। ଉପଖଣ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦାବାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ୬୫ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। କନିଷ୍ଠ ବିଭାଗ, ବରିଷ୍ଠ ବିଭାଗ ଓ ସର୍ବକନିଷ୍ଠ ବିଭାଗ ଏହିପରି ୩ଟି ବିଭାଗରେ ଆଜି ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଲମତାପୁଟ, ବୈପାରିଗୁଡା, ବୋରିଗୁମ୍ମା, ନନ୍ଦପୁର, ସିମିଳିଗୁଡା, ଦଶମନ୍ତପୁର,ଜୟପୁର, କୋଟପାଡ ବ୍ଲକର ପ୍ରତିଯୋଗୀ ଭାଗ ନେଇଥିଲେ। ବିଚାରକ ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ପି. ଶ୍ରୀନିବାସ, ନରସି˚ହ ପ୍ରସାଦ ଷଡଙ୍ଗୀ, ପଦ୍ମଚରଣ ଚୌଧୁରୀ, ଦୀପକ କୁମାର ଦାସ ତଥା କଳା ବିଦ୍ୟାଳୟର ପ୍ରଶିକ୍ଷକ କ୍ରୀଷ୍ଣା ପଙ୍ଗୀ ଓ ସୌଭାଗ୍ୟ ରଞ୍ଜନ ପାତ୍ର ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ କେ. ସୁନିଲ କୁମାର ପରିଚାଳନା କରିଥିଲେ। ଆଜିର ପ୍ରତିଯୋଗୀତାର କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୮ତାରିଖ କଳା ବିଦ୍ୟାଳୟ ପ୍ରଦର୍ଶନୀ ରେ ପୁରସ୍କୃତ କରାଯିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande