ଜୁନିଅର ରେଡକ୍ରସ କାଉନସେଲର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ବଲାଙ୍ଗିର, 6 ଡିସେମ୍ବର (ହି.ସ.) ଆର୍ ଆର୍ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକ ଦିବସାତ୍ମକ ବଲାଙ୍ଗିର ଓ ପୁଇଁତଳା କୁ ନେଇ ଜୁନିଅର ରେଡକ୍ରସ କାଉନସେଲର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକିଶୋର ହନୁମାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲା ରେଡ଼କ୍ରସ ଅଧିକା
ଜୁନିଅର ରେଡକ୍ରସ କାଉନସେଲର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ


ଜୁନିଅର ରେଡକ୍ରସ କାଉନସେଲର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ


ବଲାଙ୍ଗିର, 6 ଡିସେମ୍ବର (ହି.ସ.) ଆର୍ ଆର୍ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକ ଦିବସାତ୍ମକ ବଲାଙ୍ଗିର ଓ ପୁଇଁତଳା କୁ ନେଇ ଜୁନିଅର ରେଡକ୍ରସ କାଉନସେଲର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକିଶୋର ହନୁମାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲା ରେଡ଼କ୍ରସ ଅଧିକାରୀ ବିକାଶ ସାହୁ ଯୋଗଦାନ କରି ରେଡକ୍ରସ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଆର୍ ପି ଭାବରେ ଯୋଗଦାନ କରିଥିଲେ ବଲାଙ୍ଗୀର ବ୍ଲକ ରେଡକ୍ରସ ସଂଯୋଜକ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୀ ରବୀନ୍ଦ୍ର ଠେଠୁଆଲ୍ ଓ ଜୟକୃଷ୍ଣ ନାଏକ ଓ ରଶ୍ମିରାଣୀ ଦାଶ ମହୋଦୟା ପ୍ରମୁଖ ପ୍ରାଥମିକ ଉପଚାର ବିଷୟରେ ବିବିଧ ଆଲୋଚନା କରିଥିଲେ। ସଭା ପରିଚାଳନା କରିଥିଲେ ପ୍ରସନ୍ନ ଗଡତିଆ ଧନ୍ୟବାଦ ଦେଇଥିଲେ ମୌସୁମି ନାୟକ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande