କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ନୂଆପଡ଼ା,୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କୋଟିପଦର କ୍ଳଷ୍ଟରର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସିଆରସିସି ଜଗଦୀପ ଦାସଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନ ସହିତ ଅଧ୍ୟକ୍ଷତାରେ ଚନାବେଡା ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଗୋଷ୍
Cluster level surabhi


ନୂଆପଡ଼ା,୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କୋଟିପଦର କ୍ଳଷ୍ଟରର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସିଆରସିସି ଜଗଦୀପ ଦାସଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନ ସହିତ ଅଧ୍ୟକ୍ଷତାରେ ଚନାବେଡା ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ମୁଖ୍ୟବକ୍ତା ଭାବେ ଡବ୍ଲୁଇଓ ରଜତ କୁମାର ସାହୁ,ସମ୍ମାନିତ ଅତିଥି ଭାବରେ ଲାଞ୍ଜି ସିଆରସିସି ଖଗେଶ୍ବର ବାଗ, ଭାଲୁଡୁଙ୍ଗୁରି ସିଆରସିସି ବିରଞ୍ଚି ମେହେର, ଚନାବେଡା ସେବାଶ୍ରମର ପ୍ରଧାନ ଶିକ୍ଷକ ପୀତବାସ ଜଗତ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଭାରେ ଲଖନାର ସିଆରସିସି ସହଦେବ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସେବାଶ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବକୃତା, ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଲିଖନ, କୁଇଜ ପ୍ରତିଯୋଗିତା ସହ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ସୂଚନା ଥାଉକି ଉକ୍ତ ସୁରଭି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଉତ୍ସାହିତ କରିବା ବିଶେଷ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ତିନି ଗୋଟି ସ୍କୁଲ ଯଥା ଚନାବେଡା ସେବାଶ୍ରମ କୁ ଉତ୍ତମ ବିଦ୍ୟାଳୟ ପୁରସ୍କାର, ବରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ନଲିନୀ ଚାନ୍ଦଙ୍କୁ ଉତ୍ତମ ପ୍ରଧାନ ଶିକ୍ଷୟତ୍ରୀ ପୁରସ୍କାର ଓ ଉତ୍ତମ ଏଫଏଲଏନ ଶିକ୍ଷୟତ୍ରୀ ଭାବେ ଲୋହରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଲିପିକା ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା।ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅର୍ଚ୍ଚନା ମିଶ୍ର, ସୁଶ୍ରୀ ବାରିକ, ରୀନା ସିଂ,କୈଳାଶ ବାଗ, ଶୋଭାକର ମାଝୀ, ସୁଦର୍ଶନ ପ୍ରଧାନ, ପଦ୍ମା ଜଗତ, ଅସ୍ମିତା ପଟ୍ଟନାୟକ, ସମୀକ୍ଷା ମୟୀ କଲେଟ, ବନ୍ଦନା ଦୁବେ, ଗୋଲାପ ପାତ୍ର, ସମୀର ମେହେର, ଶ୍ରଦ୍ଧାଞ୍ଜଳି ହୋତା, ଦିନେଶ ପଟେଲ, ନବକୃଷ୍ଣ ବେହେରା, ଚତୁର୍ଭୁଜ ସିଂ ଦେଓ, ଟିକେରାମ ମେହେର, ସନ୍ଧ୍ୟା ରାଣୀ ଆଡବଙ୍ଗ, ରଞ୍ଜିତା ପଣ୍ଡା, ପ୍ରତିମା ଜଗତ ସମେତ ଅନ୍ୟାନ୍ୟ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande