
ଭଦ୍ରକ, ୬ ଡିସେମ୍ବର (ହି.ସ.) - ଏହି ଜିଲାର ଧାମରା ଅଂଚଳରେ ଏକ ମହାବଳ ବାଘର ଭିଡିଓ ଭାଇରାଲ ହେବା ପରେ ବନବିଭାଗ ଆଖିରୁ ନିଦ ହଜିଯାଇଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ବନ୍ଦର ୩ନଂ ଗେଟ ଆଗରେ ଏକ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ କେହି ଜଣେ ଭାଇରାଲ କରିଥିବା ବେଳେ ପ୍ରକୃତରେ ଏହା କୃତିମ ବୁଦ୍ଧିମତା(ଏ.ଆଇ) ମାଧ୍ୟମରେ ନିର୍ମାଣ କରାଯାଇ ଭାଇରାଲ ହୋଇଛି ତାହାର ପ୍ରକୃତ ତଥ୍ୟ ଜଣା ପଡିନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ଧାମରା ବନପାଳ କୁମୁଦ ଚନ୍ଦ୍ର ସାହୁ, କରଜ୍ଝଊଉମାଳ ବନପାଳ ସନ୍ତୋଷ ମାଝୀ ଏବଂ୫ଜଣ ବନରକ୍ଷୀଙ୍କୁ ନେଇ କଇଥଖୋଲା, କରଞ୍ଜମାଳ ଅଂଚଳ ଗୁଡିକ ବୁଲିଦେଖିବା ସହ କୌଣସି ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ପାଇ ନଥିଲେ। ପ୍ରଥମେ ଏହା ଧାମରା ବନ୍ଦର କର୍ତୁପକ୍ଷଙ୍କ ସିସି କ୍ୟାମେରାରେ ଏହା ଭିଡିଓ କଏଦ ହୋଇଥିବା କଥା ଶୁଣିବାକୁ ମିଳିଥିବା ବେଳେ ଧାମରା ବନ୍ଦର କର୍ତୁପକ୍ଷ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆଜି ଦିନ ତମାମ ୨ ବନପାଳ ଏବଂ ବନରକ୍ଷୀ ମାନେ ସମସ୍ଥ ସ୍ଥାନ ବୁଲି ଦେଖିଥିଲେ ମଧ୍ୟ ମହାବଳ ଭାଘର କୌଣସି ସୁରାକ ପାଇ ନଥିଲେ। ତେଣୁ କେଉଁ ପରିସ୍ଥିତିରେ ଏବଂ କିଏ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କଲା ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ହେବା ସହ ତୁରନ୍ତ ଏହି ଭାଇରାଲ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତ। ଏହା କପୋଳକଳ୍ପିତ ବୋଲି ବନବିଭାଗ ତରଫରୁ ମତ ପ୍ରକାଶ ପାଇଥିବା ବେଳେ ଏହି ଭାଇରାଲ ଭିଡିଓ କୁ ଦେଖି ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ