ଧାମନଗର କଲେଜରେ ୱାଇ. ଆର. ସି ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ
ଭଦ୍ରକ, ୬ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ୱାଇ. ଆର ସି ବା ଯୁବ ରେଡକ୍ରସ୍ ୟୁନିଟ୍ ତରଫରୁ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ମୁଖ୍ୟଅତିଥି ଭାବେ ଧାମନଗ
DHAMNAGAR COLLEGE PRASIKHYANA SIBIRA


ଭଦ୍ରକ, ୬ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ୱାଇ. ଆର ସି ବା ଯୁବ ରେଡକ୍ରସ୍ ୟୁନିଟ୍ ତରଫରୁ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ମୁଖ୍ୟଅତିଥି ଭାବେ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡା, ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ସେଠି ମୁଖ୍ୟବକ୍ତା, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ପ୍ର. କମଳାକାନ୍ତ ଜେନା ସମ୍ମାନିତ ଅତିଥି ଓ ଚରମ୍ପା ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପିକା ସୁକାନ୍ତି ମହାପାତ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୱାଇ. ଆର ସି.ର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ୱାଇ. ଆର. ସି୍‌.ର ମୁଖ୍ୟ ସଂଯୋଜକ ଅଧ୍ୟାପକ ଡ. ଦେବାଶିଷ ମଲ୍ଲିକ କାର୍ଯ୍ୟକ୍ରମର ବିଷୟ ଆଭିମୁଖ୍ୟ, ଅଧ୍ୟାପିକା କଲ୍ୟାଣୀ ଦାଶ ଅତିଥିଙ୍କୁ ମଂଚ ଆମନ୍ତ୍ରଣ, ଅଧ୍ୟାପିକା ଶ୍ୱେତା ସାମିନି ଅତିଥି ପରିଚୟ ପ୍ରଦାନ ପୂର୍ବକ ମଂଚ ସଂଚାଳନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଧାମନଗର ମହାବିଦ୍ୟାଳୟ ସମେତ ତିହିଡି ଡିଗ୍ରୀ ମହାବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ଅଟଳବିହାରୀ ମହାବିଦ୍ୟାଳୟ, ତୃପ୍ତି ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଂଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୧୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଓ ଅଧ୍ୟାପକ-ଆଧ୍ୟାପିକା ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପିକା କଲ୍ୟାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande