ଭାରତରତ୍ନ ଆମ୍ବେଦକରଙ୍କ ପରିନିର୍ଭାନ ଦିବସ
କେନ୍ଦ୍ରାପଡା, ୬ ଡିସେମ୍ବର (ହି.ସ.)- ଭାରତରତ୍ନ ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ବିଆର ଆମ୍ବେଦକରଙ୍କର ୬୯ତମ ପରିନିର୍ଭାନ ଦିବସ ରାଜ୍ୟ ସମତା ସୈନିକ ଦଳ ସଭାପତି ସୁଧିର କୁମାର ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ
ଭାରତରତ୍ନ ଆମ୍ବେଦକର ଙ୍କ ପରିନିର୍ଭାନ ଦିବସ


କେନ୍ଦ୍ରାପଡା, ୬ ଡିସେମ୍ବର (ହି.ସ.)- ଭାରତରତ୍ନ ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ବିଆର ଆମ୍ବେଦକରଙ୍କର ୬୯ତମ ପରିନିର୍ଭାନ ଦିବସ ରାଜ୍ୟ ସମତା ସୈନିକ ଦଳ ସଭାପତି ସୁଧିର କୁମାର ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ପୈାର ଅଧ୍ୟକ୍ଷା ସରିତା ସାହୁ, କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜିବୀ ହଳଧର ସେଠୀ ପ୍ରମୁଖ ଉପସ୍ଥିତ ରହି ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶ, ଜୀବନୀ ଓ ସମ୍ବିଧାନ ପ୍ରଣେତା ସଂପର୍କରେ ଆଲୋକପାତ କରିଥିଲେ ।

ସଭା ପ୍ରାରମ୍ଭରେ ତାଙ୍କ ପ୍ରତିମୂର୍ତି ରେ ମାଲ୍ୟାପର୍ଣ କରାଯାଇଥିଲା । ଶେଷରେ ଆଇନଜିବୀ ଅପୂର୍ବ ରଂଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଟୁନି ମଲିକ, ମନୋରଂଜନ ମଲିକ, ତ୍ରିଲୋଚନ ମଲିକ, ମମତାମୟୀ ମଲିକ, ପ୍ରଶାନ୍ତ ମହାପାତ୍ର, ସୂର୍ଯ୍ୟକାନ୍ତ ମଲିକ, ଗୟାଧର ଦାସ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande