
ଭୁବନେଶ୍ୱର, ୬ ଡିସେମ୍ବର (ହି.ସ.)- ଶନିବାର ସକାଳେ ରାଉରକେଲା, କୋରାପୁଟ, ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ ଭବାନୀପାଟଣାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।
ଆଜି ସକାଳେ ରାଉରକେଲା, କୋରାପୁଟ, ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା ।
ଅନୁରୂପ ଭାବେ ଭବାନୀପାଟଣାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଥିଲା । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ