ଜିଲ୍ଲା ପୁଲିସ ପକ୍ଷରୁ ୬୩ ତମ ଗୃହରକ୍ଷୀ ଦିବସ ପାଳିତ
କୋରେଇ, ୬ ଡିସେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୁଲିସ ରିର୍ଜଭ ପଡିଆରେ ୬୩ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଗୃହରକ୍ଷୀ ଦିବସରେ ଗୃହରକ୍ଷୀ ମାନଙ୍କ ଦାରା କରାଯାଇଥିବା ପ୍ୟାରେଡରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମାଲ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କ
ଜିଲ୍ଲା ପୁଲିସ ପକ୍ଷରୁ ୬୩ ତମ ଗୃହରକ୍ଷୀ ଦିବସ ପାଳିତ


କୋରେଇ, ୬ ଡିସେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୁଲିସ ରିର୍ଜଭ ପଡିଆରେ ୬୩ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଗୃହରକ୍ଷୀ ଦିବସରେ ଗୃହରକ୍ଷୀ ମାନଙ୍କ ଦାରା କରାଯାଇଥିବା ପ୍ୟାରେଡରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମାଲ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପ୍ରେରିତ ଚିଠି ପଠନ କରିଥିଲେ । ପୁଲିସକୁ ସହାୟତା କରିବାକୁ ଗଢାଯାଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୃହ ରକ୍ଷୀ ବା ବେସାମରିକ ବାହିନୀ ପ୍ରତିଷ୍ଠା କରାଯାଇଥିଲା । ଦେଶ ସୁରକ୍ଷା ସହ ଗୃହରକ୍ଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତବ୍ୟ ସମ୍ପାଦନା କରି ଆସୁଛନ୍ତି । ଏଣୁ ଗୃହରକ୍ଷୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଉପସ୍ଥିତ ଅତିଥିମାନେ ଦେଶ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଗୃହରକ୍ଷୀଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଂଠ କାନୁନୁଗୋ, ପୁଷ୍ପଲତା ବାରିକ, କଳିଂଗନଗର ଅତିରିକ୍ତ ଏସପି ସୁପ୍ରଶନ୍ନ ସ୍ୱାଇଁଙ୍କ ସମେତ ଜିଲ୍ଲାର ସମସ୍ତ ଥାନାଧିକାରୀ ଓ ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ । ପ୍ୟାରେଡ କମାଣ୍ଡର ଉମାକାନ୍ତ ରାଉତ, ନୃସିଂହ ସ୍ୱାଇଁ, ବ୍ରଜ କିଶୋର ସ୍ୱାଇଁ, ପ୍ରବୋଧ ଦାସ, ସୁନାକର ସାହୁ ପ୍ରମୁଖ ପ୍ୟାରେଡ ପରିଚାଳନା କରିଥିଲେ । ରିର୍ଜଭ ଇନ୍ସପେକ୍ଟର ଦିନେଶ ସାହୁ, ସରଜେଂଟ ମନୋଜ ସାହୁ, ବିଶ୍ୱରଂଜନ ଗଡପାଳ, ଡିଏସପି ରତିକାନ୍ତ ଗିର, ଯାଜପୁରରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ପାଣିକୋଇଲି ଥାନାଧିକାରୀ ରଂଜିତ କୁମାର ମହାନ୍ତି, ଯାଜପୁର ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର, ଯାଜପୁରରୋଡ ଥାନାଧିକାରୀ ଆଶିଷ ସାହୁ, ସଦର ଥାନାଧିକାରୀ ଚିନ୍ମୟୀ ବେହେରାଙ୍କ ସମେତ ଜିଳ୍ଲା ପୁଲିସର ସମସ୍ତ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande