ଟିଟିଲାଗଡରେ ରେଳ ମହାପ୍ରବନ୍ଧକଙ୍କୁ ଗସ୍ତ କାଳରେ ବଣିକ ସଂଘ ଦେଖାକରି ଦାବି ଜଣାଇଲା
ବଲାଙ୍ଗିର, ୬ ଡିସେମ୍ବର (ହି.ସ.)- ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ଡିଭିଜନାଲ ରେଳ ପ୍ରବନ୍ଧଙ୍କ ଗସ୍ତ ସମୟରେ ଏକ ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ଡିଭିଜନାଲ ରେଳ ପ୍ରବନ୍ଧଙ୍କ ଗସ୍ତ ସମୟରେ ଏକ ଦଶ ଦଫା ଦାବିପତ୍ର ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ତଥା ସଂଘର ସଦସ୍ୟ
ଟିଟିଲାଗଡରେ ରେଳ ମହାପ୍ରବନ୍ଧକଙ୍କୁ ଗସ୍ତ କାଳରେ ବଣିକ ସଂଘ ଦେଖାକରି ଦାବି ଜଣାଇଲା


ବଲାଙ୍ଗିର, ୬ ଡିସେମ୍ବର (ହି.ସ.)- ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ଡିଭିଜନାଲ ରେଳ ପ୍ରବନ୍ଧଙ୍କ ଗସ୍ତ ସମୟରେ ଏକ ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ଡିଭିଜନାଲ ରେଳ ପ୍ରବନ୍ଧଙ୍କ ଗସ୍ତ ସମୟରେ ଏକ ଦଶ ଦଫା ଦାବିପତ୍ର ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ତଥା ସଂଘର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ଯେଉଁଥିରେ କି ସାଧାରଣ ଲୋକଙ୍କ ହିତରେ ଯଥା ଶୀଘ୍ର ସାର୍ବଜନୀନ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛି ଟିଟିଲାଗଡ ବଣିକ ସଂଘ । ସମାଜର ବୃହତ୍ତର ହିତ ଦୃଷ୍ଟିରୁ କିଛି ଅସୁବିଧା ଉପସ୍ଥାପନ କରାଯାଇଛି ଯେପରିକି ୧- ଏଲ ସି ନ. ଆର ଭି -୧୬୪

ରେ ଏଲ୍ ଆଇ ଏଚ୍ ଏସ/ଆର ୟୁ ବି/ଆର ଓ ବି ର ତତ୍କାଳ ଆବଶ୍ୟକ ତା ରହିଛି ଯେଉଁଠାରେ ସଦା ଆପାତ୍‌ କାଳୀନ ସେବା– ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ପୋଲିସ ଗାଡ଼ି ଆଦି ବାରମ୍ବାର ଅବରୋଧିତ ହେଉଛି, ସେଠାରେ ଏହା ସାର୍ବଜନୀନ ସୁରକ୍ଷାର ପ୍ରଶ୍ନ । ବର୍ତ୍ତମାନ ଥିବା ମାନବ–ଚାଳିତ ବାରିୟାର ( ଏମ ଅଚ ବି ) ସମ୍ପୂର୍ଣ୍ଣ ଭାବରେ ଅପର୍ଯ୍ୟାପ୍ତ ଓ ପୁରୁଣା ହୋଇଛି । ତେଣୁ ଏଲ୍ ଆଇ ଏଚ୍ ଏସ/ଆର ୟୁ ବି/ଆର ଓ ବି

ସ୍ଥାପନା, ୨- ଟିଟିଲାଗଡ଼ ବ୍ଲକ୍ ଅଫିସ ନିକଟରେ ଅପଗ୍ରେଡେସନ୍ କାମ ସମ୍ପୂର୍ଣ୍ଣ କରାଯାଉ : ଏହି ସ୍ଥାନରେ ଅସମ ଓ ଝୁଲା ରାସ୍ତା କାରଣରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି, ସେଥିପାଇଁ ତୁରନ୍ତ ମରାମତି କିମ୍ବା ପୁନର୍ବିକାଶ କାର୍ଯ୍ୟ ଅତ୍ୟାବଶ୍ୟକ ହୋଇପଡିଛି । ୩- ଟିଟିଲାଗଡ ୟାର୍ଡରେ ଥିବା ବର୍ତ୍ତମାନ ରହିଥିବା ଏଲଆଇଏଚଏସର ବିକାଶ ଏବଂ ଚଉଡ଼ାକରଣ, ଏହା ଅତ୍ୟନ୍ତ ସଙ୍କୀର୍ଣ୍ଣ ଓ ବିପଦଜନକ । ବାହନ ଚଳାଚଳ ବଢ଼ିବା ସହ ଦୁର୍ଘଟଣା ସମ୍ଭାବନା ବଢ଼ିଛି, ପ୍ରାଣବନ୍ତା ବାହନ ଚଳାଚଳ ସୁଚାରୁ କରିବା ପାଇଁ ଅତ୍ୟାବଶ୍ୟକତା ରହିଛି । ୪. ଟିଟିଲାଗଡ଼ ଷ୍ଟେସନରେ ୧୨ ମିଟର ଲମ୍ବା ଫୁଟ ଓଭର ବ୍ରିଜ ପାଇଁ ରାମ୍ପ ନିର୍ମାଣ : ସାଂସଦଙ୍କ ଦ୍ୱାରା ଏହା ଅନୁମୋଦିତ । ବର୍ତ୍ତମାନ ଠିକ୍‌ଠାକ୍ ଟେଣ୍ଡର କାମ ଚାଲିଛି, ତେଣୁ ରାମ୍ପ ନିର୍ମାଣକୁ ତତ୍କାଳ ସମ୍ମିଳିତ କରି ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ । ବୃଦ୍ଧ, ଅସମର୍ଥ, ରୋଗୀ ଓ ଯାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ । ୫. ଟିଟିଲାଗଡ଼ ଷ୍ଟେସନର ଦ୍ୱିତୀୟ ପ୍ରବେଶରେ ରହିଥିବା ସୁବିଧାଗୁଡ଼ିକ ଯଥା : ବାଗେଜ୍ ରୁମ୍, ଟିକେଟ୍ କାଉଣ୍ଟର୍, ଫ୍ରେସ୍‌ରୁମ୍, ଯାତ୍ରୀ ସୁବିଧା ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ ଅଛି । ଯାତ୍ରୀ ଭିଡ଼ ବଢ଼ୁଥିବାରୁ ତୁରନ୍ତ ବିକାଶ ଆବଶ୍ୟକ । ୬- ଟିଟିଲାଗଡ ସହର ଯେହେତୁ ଗୋଟିଏ ଉତ୍ତପ୍ତ ସହର ଅଟେ ସେଥିପାଇଁ ପ୍ଲାଟଫର୍ମରେ ପାଣି ଛିଟା / ସ୍ପ୍ରିଙ୍କଲର୍ ବ୍ୟବସ୍ଥା ସ୍ଥାପନ କରାଗଲେ ଭଲ ହୁଅନ୍ତା ନଚେତ ଖରା ଦିନେ ଯାତ୍ରୀମାନେ ଅତ୍ୟନ୍ତ ଅସୁବିଧାରେ ପଡ଼ନ୍ତି । ଏହା ହେଲେ ଯାତ୍ରୀ ସୁବିଧା ବଢ଼ିବ । ୭ – ଇସ୍ପାତ ଏକ୍ସପ୍ରେସର ଚଳାଚଳରେ ବ୍ୟାପକ ବିଳମ୍ବ ଯୋଗୁଁ ଯାତ୍ରୀମାନେ ଗୁରୁତର ସମସ୍ୟାରେ ପଡ଼ୁଛନ୍ତି । ସମୟାନୁବର୍ତ୍ତିତା ପାଳନ ପାଇଁ ବିଶେଷ ବ୍ୟବସ୍ଥା ଆବଶ୍ୟକ କରାଯାଉ । ୮- ବଲାଙ୍ଗିର ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସର ଟିଟିଲାଗଡ଼ କିମ୍ବା ରାୟଗଡା ପର୍ଯ୍ୟନ୍ତ ସମ୍ପ୍ରସାରଣ, କେବିକେ ଅଞ୍ଚଳର ଲୋକମାନେ ଦୀର୍ଘ ଦିନ ଧରି ଏହା ପାଇଁ ଆବଦନ କରୁଛନ୍ତି । ଏହା ଯାତାୟାତ ସୁବିଧା, ବଣିଜ୍ୟ ଓ ଜନସଂଖ୍ୟା ଲାଭକୁ ଉନ୍ନତ କରିବ । ୯ – ଟିଟିଲାଗଡ଼ ରେଲୱେ ଷ୍ଟେସନ ପରିସରର ପରିଶୁଦ୍ଧତା ଓ ସୁନ୍ଦରୀକରଣ : ରେଲୱେ ଲାଇନ୍ ସହର ମଧ୍ୟରୁ ଗଲାରୁ ଏଠାରେ ଅନେକଯାଏ ଅବ୍ୟବସ୍ଥା, ଅପରିଚ୍ଛନ୍ନତା ଓ ଅନୁଦାନର ଅଭାବ ଦେଖାଯାଉଛି । ସ୍ୱଚ୍ଛ ଭାରତ ଅଭିଯାନ ଅନୁସାରେ : ସୁନ୍ଦରୀକରଣ, ବନୀକରଣ, ଲାଇଟିଂ, ପଥ ପୁନର୍ନିର୍ମାଣ ଆବଶ୍ୟକ । ୧୦, ରାଧାକୃଷ୍ଣ ମନ୍ଦିର ରୋଡ଼ ବ୍ରିଜ୍ ତଳେ ରହିଥିବା ରାଧାକୃଷ୍ଣ ଟେମ୍ପଲ୍ ରୋଡ଼ ଅଣ୍ଡରପାସ୍‌ ରେଳବାଇ ଭୂତଳ ପୋଲର ଉନ୍ନତି କାର୍ଯ୍ୟ ଜରୁରୀ ହୋଇପଡିଛି । ଏହା ବର୍ତ୍ତମାନ ଏବେ ଅତି ଦୂରବସ୍ଥାରେ ରହିଛି । ବାହନ ଓ ପଦାଚାରୀ ଉଭୟଙ୍କ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି, ସେଥିପାଇଁ ପୋଲର ତଳକୁ ଥିବା ସମଗ୍ର ରାସ୍ତାର ମରାମତି ନୂତନ କୋ–ଏକ୍ସକାଭେଟର୍ ଓ ଡ୍ରେନେଜ ଆରଏଲବିର ସଠିକ୍ ଲାଇଟିଂ ମେନରୋଡରେ ଡିଭାଇଡର୍ ସହ ଏକ ଭିନ୍ନ ଟ୍ରାଫିକ୍ ପ୍ରଣାଳୀ ରେଲୱେ ଦ୍ୱାରା ସାଇଟ ଇନ୍ସପେକ୍ସନ ଓ ତତ୍କାଳ କାର୍ଯ୍ୟାନୁଷ୍ଠାନ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ର ପ୍ରଦାନ ସମୟରେ ସଞ୍ଜୟ ସୋନି, ଗୋପାଳ ଜୈନ, ନିରଞ୍ଜନ ଶର୍ମା, ରାଜେଶ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande