
ଜୟପୁର, ୦୬ ଡିସେମ୍ବର(ହି.ସ.) – ଜଣେ ବିଧବା ସ୍ତ୍ରୀ ଲୋକକୁ ବିବାହର ପ୍ରତିଶୃତି ଦେଇ ଦୈହିକ ସପ୍ସପର୍କ ରଖିଥିବା ଅଭିଯୋଗରେ ଆଜି ମହିଳା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳା ଥାନା ପୁଲିସ ସୂଚନା ଅନୁଯାୟୀ ଗତ କିଛି ମାସ ହେଲା ବାଲେଶ୍ୱର ଅଂଚଳର ବିନୋଦ ଖୁଣ୍ଟିଆ କୁନ୍ଦୁରା ଅଞ୍ଚଳର ପଖନାଗୁଡାରେ ରହି ଫେରିବାଲା ଭାବେ ବ୍ୟବସାୟ କରୁଥିଲେ। କିଛି ମାସ ବ୍ୟବଧାନରେ ପଖନାଗୁଡା ଗ୍ରାମର ଜଣେ ବିଧବା ମହିଳାଙ୍କ ସାଙ୍ଗରେ ତାଙ୍କ ପ୍ରେମ ସପ୍ସପର୍କ ହେବା ପରେ ବିନୋଦ ମହିଳା ଜଣକୁ ବିବାହର ପ୍ରତିଶୃତି ଦେଇ ଦୈହିକ ସପ୍ସପର୍କ ରଖିଥିଲେ। ମହିଳା ଜଣକ ବିବାହ ପାଇଁ ବାଧ୍ୟ କରିବାରୁ ଯୁବକ ଜଣକ ମନା କରିଦେଇଥିଲା। ଗତ ୪ ତାରିଖ ଦିନ ଗ୍ରାମବାସୀ ମାନେ ଉକ୍ତ ଯୁବକ ଜଣକୁ ଗିରଫ କରି ମହିଳା ଥାନାରେ ଜିମା ଦେଇ ଏତଲା ଦେଇଥିଲେ। ଏତଲାକୁ ଭିତିକରି ମହିଳା ପୁଲିସ ବିନୋଦ ଖୁଂଟିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅଶ୍ରୀତା ଖାଲକୋ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି