କାଲିମେଳା ଡିଏଭି ଗୁରୁକୂଳରେ ବିଜ୍ଞାନ ମେଳା ଅନୁଷ୍ଠିତ
ମାଲକାନଗିରି, ୬ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସଦର ମହକୁମାରେ ଥିବା ଡିଏଭି ଗୁରୁକୂଳରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଜୟଦେବ ଦେଓଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱା
କାଲିମେଳା ଡିଏଭି ଗୁରୁକୂଳ ରେ ବିଜ୍ଞାନ ମେଳା ଅନୁଷ୍ଠିତ!


କାଲିମେଳା ଡିଏଭି ଗୁରୁକୂଳ ରେ ବିଜ୍ଞାନ ମେଳା ଅନୁଷ୍ଠିତ!


ମାଲକାନଗିରି, ୬ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସଦର ମହକୁମାରେ ଥିବା ଡିଏଭି ଗୁରୁକୂଳରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଜୟଦେବ ଦେଓଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ୫୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ମାଲକାନଗିରି ଜିଲ୍ଲା ଡିଏଭି ଗୁରୁକୂଳ ସମୂହର ପରିଚାଳକ ସୁଶାନ୍ତ ସାମଲ ଓ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଥିଲେ। ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ମଧ୍ୟରୁ ଷ୍ଟାଣ୍ଡାର୍ଡ ୩ ର ସ୍ୱରୂପ ରଞ୍ଜନ ସରକାରଙ୍କ ସବୁଜ ଶକ୍ତି ଉତ୍ସ ପ୍ରକଳ୍ପ ପ୍ରଥମ ହୋଇଥିବା ବେଳେ ଷ୍ଟାଣ୍ଡାର୍ଡ ୩ ଶ୍ରେୟାଂଶୁ ଦାଶଙ୍କ ଜଳଚକ୍ର ପ୍ରକଳ୍ପ ଦ୍ୱିତୀୟ, ଷ୍ଟାଣ୍ଡାର୍ଡ ୨ର ସ୍ୱାଧୀନ ସ୍ୱରୂପ ଆଚାର୍ଯ୍ୟଙ୍କ ଆଗ୍ନେୟଗିରି ପ୍ରକଳ୍ପ ତୃତୀୟ ଓ ଷ୍ଟାଣ୍ଡାର୍ଡ ୩ ଚିଦାନନ୍ଦ ଦେହୁରୀଙ୍କ ପେରିସ୍ଲୋପ ପ୍ରକଳ୍ପକୁ ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରକଳ୍ପ ଭାବେ ଚୟନ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ଏମଡି ଅନନ୍ତ ଦାଶ, ଭାଇସ ପ୍ରିନ୍ସପାଲ କ୍ରିଷ୍ନା ପତ୍ରି, ଭାଇସ ପ୍ରିନ୍ସପାଲ ବିକାଶ ତାଣ୍ଡି, ବରିଷ୍ଠ ଶିକ୍ଷୟତ୍ରୀ ଲତିକା ପତି ଉପସ୍ଥିତ ଥିଲେ। ବିଜ୍ଞାନ ମେଳା ଆୟୋଜନରେ ଅଭିଷେକ ମଲ୍ଲିକ, ରୋହିତ ମଣ୍ଡଳ, ଶୁଭଶ୍ରୀ ପରିଡା, ସୋମେ ମାଡକାମୀ, ମିତା ତାପାଲି, ପୁନମ ଜେନା, ମଇନା ଦାସ, ରାକ୍ଷୀ ହାଲଦାର, ଜ୍ୟୋତି ଦେବନାଥ, ସାନିୟା ମାଢି ଓ ମିନତୀ ସରଦାର ପ୍ରମୁଖ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande