
ଜୟପୁର, ୦୬ ଡିସେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ ଯୁବତୀଙ୍କୁ ବିବାହ ପ୍ରତିଶୃତି ପରେ ପ୍ରତାରଣା ମାମଲାରେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ବି.ସିଙ୍ଗପୁର ଥାନା ସେମଳା ଗ୍ରାମର ଗେଷ ଭତ୍ରା(୨୪)। ମହିଳା ଥାନା ପୁଲିସ ସୂଚନା ଅନୁଯାୟୀ, ଗତ କିଛି ମାସ ହେଲାଣି ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହିତ ବିବାହ ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ ରଖି ଆସୁଥିଲେ। ଏହିପରି ଉକ୍ତ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ କରିବାରୁ ଯୁବକ ମନା କରିଦେଇଥିଲେ। ଏଥିନେଇ ଯୁବତୀ ଜଣକ ୧୭ ବର୍ଷର ନାବାଳିକା ଭାବେ ଏତଲା ଦେଇଥିଲେ। ଏତଲାକୁ ଭିତି କରାଯାଇ ପୋକ୍ସ ମାମଲା ଓ ପ୍ରତାରଣା ମାମଲା ରୁଜୁ ହୋଇଥିଲା। କିନ୍ତୁ ତଦନ୍ତକାରୀ ଅଧିକାରୀ ଏସ.ଆଇ. ନବୀନ ଚନ୍ଦ୍ର ଚୌଧୁରୀ ତଦନ୍ତ ବେଳେ ଯୁବତୀ ଜଣକ ୧୯ ବର୍ଷ ବୋଲି ଜଣାପଡିବାରୁ ଏହି ପ୍ରତାରଣା ଦଫା ନେଇ ମାମଲା ରୁଜୁ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯଆଇଛି ବୋଲି ଥାନା ଅଧିକାରୀ ଆଶ୍ରିତା ଲାକ୍ରା ସୂଚୁନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି