
ଜୟପୁର, ୦୬ ଡିସେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ସ୍ତରୀୟ ପରବ ମହତ୍ସୋବ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଗତକାଲି ରାତିରେ ସ୍ଥାନୀୟ ଗୀତାଞ୍ଜଳି ମଣ୍ଡପ ଠାରେ ଶେଷ ହୋଇଯାଇଛି। ଜିଲ୍ଲ ସଂସ୍କୃତି ପରିଷଦ ପକ୍ଷରୁ ଜୟପୁର ପ୍ରିୟା ଥିଏଟର ଗ୍ରୁପ ସହାୟତାରେ ଆୟୋଜିତ ଏହି ନାଯକ ପ୍ରତିଯୋଗିତାରେ ଶ୍ରେଷ୍ଠ ନାଟକ ଭାବେ ପ୍ରଥମ ସୁନାବେଢା ହାଲର ସତରଞ୍ଜର ଖେଳ, ଦ୍ୱିତୀୟ ଦାମନଯୋଡି ପଂଚମଟମାଳୀ ନାଟ୍ୟ ମହୋତ୍ସବ କଳାମଲ୍ଲୀ, ଶ୍ରେଷ୍ଠ ନାଟ୍ୟକାର ଭାବେ ପ୍ରଥମ ଜୟପୁର ବ୍ଲକ ଆହତ ପତଙ୍ଗର ସ୍ୱରର ମୁନା ମିଶ୍ର, ଦ୍ୱିତୀୟ ବୈପାରୀଗୁଡା ବ୍ଲକ ପୁଷପୁନେଇର ଦୁର୍ଯୋଧନ ମାଝି, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପ୍ରଥମ ଦାମନଯୋଡିର କଲାମଲ୍ଲୀର ଶେଷଦେବ ଶତପଥି, ଦ୍ୱିତୀୟ ବୈପାରୀଗୁଡା ବ୍ଲକ ପୁଷପୁନେଇର ଦୈତାରୀ ଦିଶାରୀ, ଶ୍ରେଷ୍ଠ କଳାକାର ଭାବେ ପ୍ରଥମ ଦାମନଯୋଡିର କଲାମଲ୍ଲୀର ଅଭିନେତା ମୂରଲୀଧର ଦାସ, ଦ୍ୱିତୀୟ ବୈପାରୀଗୁଡା ବ୍ଲକ ପୁଷପୁନେଇର ଅଭିନେତା କୁଞ୍ଜ ପୁଜାରୀ ଏବଂ ଜୟପୁର ପୌରାଂଚଳର କାଇଁମୋ ହିରୋଇନ ନାଟକର ଅଭିନେତା ନୃସିଂହ ପ୍ରସାଦ ଷଡଙ୍ଗୀ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପ୍ରଥମ ପଟାଙ୍ଗୀ ବ୍ଲକର ଶୋଲାନି ମାଣ୍ଡି, ଦ୍ୱିତୀୟ ଜୟପୁର ବ୍ଲକ ପ୍ରତ୍ୟୁଷା ମିଶ୍ର, ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପ୍ରଥମ ଦାମନଯୋଡିର ଉତମ କୁମାର ପଟ୍ଟନାୟକ, ଦ୍ୱିତୀୟ, ସୁନାବେଢାର ଅମର ବାଡତିଆ, ଶ୍ରେଷ୍ଠ ଶିଶୁ କଳାକାର ପ୍ରଥମ ଜୟପୁର ପୌରାଂଚଳର ଲୋପାମୁଦ୍ରା ଜେନା, ଦ୍ୱିତୀୟ ଦାମନଯୋଡିର ଶ୍ରୀବିଦ୍ୟା ମିଶ୍ର, ଶ୍ରେଷ୍ଠ ସଂଗୀତ ଜୟପୁର ବ୍ଲକ ପ୍ରିୟଙ୍କା ମିଶ୍ର, ଶ୍ରେଷ୍ଠ ମଂଚ ସାଜସଜ୍ଜାରେ ଦାମନଯୋଡିର କେ.ନାଗେଶ୍ୱର ରାଓଙ୍କ ସମେତ ଅନ୍ୟାନ୍ୟ ବିଭାଗର ଶ୍ରେଷ୍ଠମାନଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ଜିଲ୍ଲା ସ୍ତରୀୟ ପରବ ମହୋତ୍ସବ ଅବସରରେ ମଂଚରେ ଉକ୍ତ କଳାକାରମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ। ପ୍ରକାଶ ଯେ, ଜିଲ୍ଲାସ୍ତରୀୟ ପରବ ମଂଚ ନାଟକ ପ୍ରତିଯୋଗିତା ଗତ ମଙ୍ଗଳବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲେ। ଏହି ମଂଚ ନାଟକ ଉତ୍ସବରେ ବିଚାରକ ଭାବେ ବରିଷ୍ଠ କଳାକାର ଗୋପାଳ କୃଷ୍ଣ ସାମନ୍ତରାୟ, ମୂରଲୀ ପଟ୍ଟନାୟକ ଏବଂ ଶିବ ପ୍ରସାଦ ରଥ ଏବଂ ଆୟୋଜକ ଭାବେ ପ୍ରିୟା ଥିଏଟର ଗ୍ରୁପର ସଭାପତି ଲାଲଟୁ ମହାପାତ୍ର, ଅଶୋକ ଜେନା, ପିଙ୍କୁ ମହାପାତ୍ର, ଉତମ ନାୟକ, ସମୀର ପଟ୍ଟନାୟକ, ଜିଲ୍ଲା କମିଟିର କମଳାକାନ୍ତ ରଥ, ଗୁପ୍ତେଶ୍ୱର ପାଣିଗ୍ରାହୀ, ହୃଷିକେଶ ମିଶ୍ର, ମଧୁସ୍ମିତା ମିଶ୍ର ଆୟୋଜରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି