ମା ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ
ବଲାଙ୍ଗୀର, ୦୬ ଡିସେମ୍ବର(ହି.ସ.) – ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା’ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଲାଠୋର ଓ କଂଟାବାଞ୍ଜି ରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତି ରେ ହୋଇ ଯାଇଛି। ବଲାଙ୍ଗୀର ଜିଲ୍ଲା କମିଟିର ସମ୍ପାଦକ କିର୍ତୀଚନ୍ଦ୍ର ସେଠ୍‌, କୋ
ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ


ବଲାଙ୍ଗୀର, ୦୬ ଡିସେମ୍ବର(ହି.ସ.) – ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା’ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଲାଠୋର ଓ କଂଟାବାଞ୍ଜି ରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତି ରେ ହୋଇ ଯାଇଛି। ବଲାଙ୍ଗୀର ଜିଲ୍ଲା କମିଟିର ସମ୍ପାଦକ କିର୍ତୀଚନ୍ଦ୍ର ସେଠ୍‌, କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍‌, ମନ୍ଦିର କମିଟି ସମ୍ପାଦକ ଗଦାଧର ସେଠ୍‌, ପରିଚାଳନା କମିଟି ସଦସ୍ୟ ସୁଦାମ ସେଠ୍‌, ସଭ୍ୟ ସୁଶାନ୍ତ ସେଠ୍ ବୈଠକରେ ଯୋଗଦେଇ ସାମାଜିକ ଏକତା ଓ ଆଗାମୀ ଦିନରେ ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ସାହାଯ୍ୟ ସହଯୋଗ ର କାମନା କରିଥିଲେ। ଲାଠୋର କମିଟିର ଭଗବାନ ସେଠ୍‌, କଂଟାବାଞ୍ଜି କମିଟିର ଯୋଗୀନ୍ଦ୍ର ସେଠ୍‌, ଚମାର ସେଠ୍‌, ଅଭିରାମ ସେଠ୍‌, ବବ୍ରୁବାହାନ ସେଠ୍‌, ସଚିନ ସେଠ୍‌,ତେଲେନପାଲି ର ଲକ୍ଷ୍ମୀନାରାୟଣ ସେଠ୍‌, ଯୋଗୀମୁଣ୍ଡା ର ଯୁଗିନ୍ଦ୍ର ସେଠ୍‌, ବେଲପଡାର ରବିନ ସେଠ୍‌, ପାଟରାଗଡର ଗୌତମ ସେଠ୍‌,ବଂଶୀ ସେଠ୍ ଓ ବାନ୍ଧନଭାଡି ର ପବିତ୍ର ସେଠ୍ ଜିଲ୍ଲା କମିଟି ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଓ ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ସମର୍ଥନ ଜଣାଇ ଥିଲେ। ଶେଷରେ ଜିଲ୍ଲା ସମ୍ପାଦକ କିର୍ତୀ ଚନ୍ଦ୍ର ସେଠ୍ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande