ଓଡିଶା ପୋଲିସରେ ଫେନସିଙ୍ଗ ଖେଳ ପରିଚୟ ପର୍ବ ଅନୁଷ୍ଠିତ
ବଲାଙ୍ଗିର, 6 ଡିସେମ୍ବର (ହି.ସ.) ବଲାଙ୍ଗୀର ରିଜର୍ଭ ପୋଲିସ, ଇଣ୍ଡୋର ଷ୍ଟାଡିୟମ ମନୋହରପୁର ଠାରେ ଗତକାଲି ଅପରାହ୍ଣରେ ଓଡିଶା ରାଜ୍ୟ ଫେନସିଙ୍ଗ ସଂଘ ତରଫରୁ ବଲାଙ୍ଗୀର ପୋଲିସ ଖେଳାଳୀ ମାନଙ୍କୁ ଫେନସିଙ୍ଗ ଖେଳର ପ୍ରଦର୍ଶନ ଦିଆଯାଇଥିଲା । ଆସନ୍ତା ୨୦୨୬ ମାର୍ଚ୍ଚ ମାସରେ ସର୍ବ ଭାରତ ପୋଲିସ ଫେନସିଙ୍ଗ
ଓଡିଶା ପୋଲିସରେ ଫେନସିଙ୍ଗ ଖେଳ ପରିଚୟ ପର୍ବ ଅନୁଷ୍ଠିତ।


ଓଡିଶା ପୋଲିସରେ ଫେନସିଙ୍ଗ ଖେଳ ପରିଚୟ ପର୍ବ ଅନୁଷ୍ଠିତ।


ଓଡିଶା ପୋଲିସରେ ଫେନସିଙ୍ଗ ଖେଳ ପରିଚୟ ପର୍ବ ଅନୁଷ୍ଠିତ।


ଓଡିଶା ପୋଲିସରେ ଫେନସିଙ୍ଗ ଖେଳ ପରିଚୟ ପର୍ବ ଅନୁଷ୍ଠିତ।


ଓଡିଶା ପୋଲିସରେ ଫେନସିଙ୍ଗ ଖେଳ ପରିଚୟ ପର୍ବ ଅନୁଷ୍ଠିତ।


ବଲାଙ୍ଗିର, 6 ଡିସେମ୍ବର (ହି.ସ.)

ବଲାଙ୍ଗୀର ରିଜର୍ଭ ପୋଲିସ, ଇଣ୍ଡୋର ଷ୍ଟାଡିୟମ ମନୋହରପୁର ଠାରେ ଗତକାଲି ଅପରାହ୍ଣରେ ଓଡିଶା ରାଜ୍ୟ ଫେନସିଙ୍ଗ ସଂଘ ତରଫରୁ ବଲାଙ୍ଗୀର ପୋଲିସ ଖେଳାଳୀ ମାନଙ୍କୁ ଫେନସିଙ୍ଗ ଖେଳର ପ୍ରଦର୍ଶନ ଦିଆଯାଇଥିଲା । ଆସନ୍ତା ୨୦୨୬ ମାର୍ଚ୍ଚ ମାସରେ ସର୍ବ ଭାରତ ପୋଲିସ ଫେନସିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏନେଇ ଓଡ଼ିଶା ପୋଲିସ, ବଲାଙ୍ଗୀର ଏବଂ ଓଡ଼ିଶା ରାଜ୍ୟ ଫେନସିଙ୍ଗ ସଂଘ ମିଳିତ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଅତିରିକ୍ତ ଜ଼ିଲ୍ଲାପାଳ ଡ଼କ୍ଟର ବିଜୟାନନ୍ଦ ସେଠି ଯୋଗଦେଇ ଥିବା ବେଳେ ଏହି ପ୍ରଦର୍ଶନୀ ମ୍ୟାଚ୍ ଆୟୋଜନ କରିଥିଲେ ବଲାଙ୍ଗୀର ଅତିରିକ୍ତ ଏସ. ପି ଶ୍ରୀଯୁକ୍ତ ଗୁଣନିଧି ମଲ୍ଲିକ। ଉପସ୍ଥିତ ଥିଲେ ରିଜର୍ଭ ଇନଚାର୍ଜ ପ୍ରଦୀପ୍ତ କୁମାର ଦେବତା, ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ମିଂଜ଼ ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ

ବଲାଙ୍ଗୀର, ରାଜ୍ୟ ଫେନସିଙ୍ଗ ସଂଘ ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏବଂ ଫେନସିଙ୍ଗ କୋଚ ସୁକାନ୍ତ ସେଠ, ଲଷ୍ମୀକାନ୍ତ ପଟ୍ଟନାୟକ, ଅନ୍ୱେଷା ରାଉତ, ରୋଶନ ସାହୁ, ସୁଭଦ୍ରା ବେହେରା, ଜ୍ୟୋତି ରଞ୍ଜନ ଠାକୁର, ଏବଂ ବଲାଙ୍ଗୀର ପୋଲିସ ବିଭାଗର ସମସ୍ତ ଅଧିକାରୀ ଏବଂ ଖେଳାଳୀ ଉପସ୍ଥିତ ଥିଲେ .

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande