
ବଲାଙ୍ଗିର, 6 ଡିସେମ୍ବର ( ହି.ସ.)
ସ୍ଥାନୀୟ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହ ଠାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଉପରେ ଏକ ଦିବସୀୟ ଓରିଏନଟେସନ ଓ ରିଭ୍ୟୁ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏଡିଇଓ ସେବାଶ୍ରୀ ଭୋଇ,ପ୍ରବୀର କୁମାର ପଣ୍ଡା,ରୀନା କୁମାରୀ ବେହେରା ଯୋଗଦେଇ ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟ ସହ ଯୋଡିବା ଆମର ପ୍ରଧାନ ଲକ୍ଷ୍ୟ ହେଉ ବୋଲି କହିବା ସହ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ମୁଖ୍ୟ ସ୍ରୋତ କୁ ଆଣିବା ସହ ଡ୍ରପ ଆଉଟ ସଂଖ୍ୟା କୁ କିପରି ରୋକାଯାଇ ପାରିବ ସେ ଦିଗରେ ନୂଆ ରଣନୀତି ପ୍ରସ୍ତୁତ,ଅଭିଭାବକଙ୍କ ସଚେତନତା ବଢାଇବା ସହ ଶିଶୁ ଶିକ୍ଷାରେ ସାମାଜିକ ଭାଗିଦାରୀ ବଢାଇବା,ପ୍ରତ୍ୟେକ ଶିଶୁ କିପରି ସମାନ ଅବସର ଓ ଗୁଣବତ୍ତା ମୂଳକ ଶିକ୍ଷା ପାଇବେ ସେ ଦିଗ ପ୍ରତି ଯତ୍ନଶୀଳ ହେବା ଓ ପୂର୍ବ କାର୍ଯ୍ୟ ର ବିଶ୍ଳେଷଣ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ନିଜ ବକ୍ତବ୍ୟରେ ଶିଶୁ ମାନେ ଦେଶର ଭବିଷ୍ୟତ ଓ ସମାଜର ଶକ୍ତି।ସେମାନଙ୍କୁ ନିୟମିତ ଶିକ୍ଷା,ସୁରକ୍ଷା ଓ ସୁନିଶ୍ଚିତ ଅଧିକାର ଦେବା ପାଇଁ ସମସ୍ତେ ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି କହିବା ସହ କୌଣସି ଶିଶୁ ଯେମିତି ଶିକ୍ଷା ରୁ ବଞ୍ଚିତ ନ ହୁଅନ୍ତୁ ଓ ସମସ୍ତ ଶିଶୁ ସ୍କୁଲ ସହ ଯୋଡି ହେବେ ସେ ଦିଗ ପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଏମଆଇଏସ କୋଅର୍ଡିନେଟର ଦେବେଶ ମିଶ୍ର ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ନିଆଯାଇଥିବା ନୂଆ ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ୧୪ଗୋଟି ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଜିଲ୍ଲା ର ସମସ୍ତ ସିଆରସିସି,ବିଆରସିସି,ଏସଆଇଓଏସ ଦାୟିତ୍ୱ ରେ ଥିବା ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ