
କେନ୍ଦ୍ରାପଡା, ୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ପୌରାଞ୍ଚଳରେ ବ୍ୟବସାୟୀ ପଲିଥିନ ଜରିରେ ସାମଗ୍ରୀ ବିକ୍ରି କରୁଥିବାରୁ ପୈାରସଂସ୍ଥା ପକ୍ଷରୁ ଅନେକ ସମୟରେ ପଲିଥିନ ଜବତ କରିବା ସହିତ ଜରିମାନା ଆଦାୟ କରାଯାଇଛି । ପଲିଥିନକୁ ସଂପୂର୍ଣ୍ଣ ସହରରୁ ବନ୍ଦ କରିବା ପାଇଁ ପୈାର ଅଧ୍ୟକ୍ଷା ସରିତା ସାହୁଙ୍କ ନେତୃତ୍ୱରେ କାଉନସିଲର ଉମେଶ ଚନ୍ଦ୍ର ନାୟକ ନିଜସ୍ୱ ପାଣ୍ଠିରୁ ସାନ୍ତସାହି ପୋଲ, ଲକ ପୋଲ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ତିନିମୁହାଣୀ ଆଦି ଅଂଚଳରେ ପରିବା ବ୍ୟବସାୟୀଙ୍କୁ ପଲିଥିନରେ ସାମଗ୍ରୀ ନଦେବା ପାଇଁ କୁହାଯିବା ସହିତ ପରିବା କିଣୁଥିବା ଓ ଅନ୍ୟାନ୍ୟ ସାମଗ୍ରୀ କିଣୁଥିବା ବ୍ୟକ୍ତି ବିଶେଷଙ୍କୁ ମାଗଣା ବ୍ୟାଗ ବଣ୍ଟନ କରାଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ ନସିମୁଦ୍ଦିନ, ପ୍ରଦିପ ନାୟକ, ବିଶ୍ୱଜିତ ଦାସଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି