
ରାଇରଙ୍ଗପୁର, ୬ ଡିସେମ୍ବର (ହି.ସ.)- ରାଇରଙ୍ଗପୁର ଅଞ୍ଚଳର ବରିଷ୍ଠ ଶ୍ରମିକନେତା ଭାରତୀୟ ମଜଦୁର ସଂଘର ରାଇରଙ୍ଗପୁର ବ୍ଲକ ସମ୍ପାଦକ ତଥା ମୟୂରଭଞ୍ଜ ମେଟାଲସ୍ ପ୍ରାଇଭେଟ୍ ଲିମିଟେଡ଼ ଶ୍ରମିକ ସଂଗଠନର ଉପସଭାପତି ପ୍ରମୋଦ କୁମାର ପାଲ (ବାବୁ)ଙ୍କର ୫୭ ବର୍ଷ ବୟସରେ କଟକ ବଡମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅକାଳ ବିୟୋଗ ହୋଇଯାଇଛି I ରାଇରଙ୍ଗପୁର ସହର ତଥା ମୟୂରଭଞ୍ଜ ଜିଲ୍ଲାର ବିଏମଏସର କର୍ମକର୍ତ୍ତା ତଥା ରାଜ୍ଯ ବିଏମଏସର ବରିଷ୍ଠ ଶ୍ରମିକନେତା ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ବୋଧିରଜତ ମହାନ୍ତ, ଅଙ୍ଗନୱାଡି ଜିଲ୍ଲା କର୍ମୀସଂଘର ଜିଲ୍ଲାସମ୍ପାଦିକା ମରୋରମା ବେହେରା, ଉପସଭାନେତ୍ରୀ ନୀଳାଦ୍ରି ପାତ୍ର ତଥା ସହରର ବହୁ ବିଶିଷ୍ଠ ସାମ୍ବାଦିକ, ଓକିଲ ତଥା ବହୁବିଶିଷ୍ଠ ବ୍ଯକ୍ତିଙ୍କ ମଧ୍ଯରୁ ସୌରଭ ପଟ୍ଟନାୟକ, ପ୍ରଭାତ କୁମାର ପଟ୍ଟନାୟକ, ଗୋଲୋକବିହାରୀ ଆଚାର୍ଯ୍ୟ, ସର୍ବେଶ୍ବର ମହାନ୍ତ, ପରେଶ କୁମାର ଗିରି, ବିଚିତ୍ରାନନ୍ଦ ପଟ୍ଟନାୟକ, ମନୋଜ ସନି, ଲଛମନ ଗିରି, ମନୋଜ ଦାସ, ପ୍ଯାରୀକୁଷ୍ଣ ସାହୁ ପ୍ରମୁଖ ବହୁବ୍ଯକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ I ପ୍ରମୋଦ ପାଲ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଓ ଶ୍ରମିକମାନଙ୍କ ପାଇଁ ଲଢେଇ କରି ତାଙ୍କୁ ନ୍ଯାୟ ଦେବାରେ ପାରଙ୍ଗମ ଥିଲେ I ସେଥିପାଇଁ ଏ ଅଞ୍ଚଳବାସୀ ତାଙ୍କର ଏ ଅକାଳ ବିୟୋଗରେ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଛୁ ବୋଲି ଶ୍ରମିକନେତା ନିଗମାନନ୍ଦ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ I ମୁତ୍ଯୁବେଳକୁ ପ୍ରମୋଦଙ୍କ ଦୁଇ ବଡଭାଇ, ୯୦ ବର୍ଷର ବୁଦ୍ଧାମା, ସ୍ତ୍ରୀ, ଏକମାତ୍ରପୁଅ, ପୁତୁରା, ଝିଆରୀ, ତିନିଭଉଣୀ ଓ ଜ୍ଵାଇଁମାନେ ତାଙ୍କର ଶେଷ ଦର୍ଶନ କରିଥିଲେ I ପରିଶେଷରେ ଦିନ ୧୨ଟା ସମୟରେ ସ୍ଥାନୀୟ ଖଡଖାଇ ଶ୍ମଶାନ ଠାରେ ତାଙ୍କର ଅନ୍ତିମସଂସ୍କାର କରାଯାଇଥିଲା I
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ