ଆରଟିଓ ଓ ହିତାଧିକାରୀ ଙ୍କ ସମ୍ମୁଖରେ ଭୁଲ ମାଗିଲେ ବସ ଜଣ୍ଟକ୍ଟର ଘଟଣା ଦୋହରାଇଲେ ରଦ୍ଧ ହେବ କଣ୍ଟକ୍ଟର ଲାଇସେନ୍ସ।
ଘାଟଗାଁ ଡିସେମ୍ବର ୬( ହିଁ ସ) ଆନନ୍ଦପୁର ପୌରପରିଷଦ ୧୪ ନଂ ୱାର୍ଡ଼ର ଜଣେ ଭିନ୍ନକ୍ଷମ ଯାତ୍ରୀଙ୍କୁ ବସ କଣ୍ଟକ୍ଟର ଦୁର୍ବ୍ଯବହାର କରିବା ଘଟଣା ମହଙ୍ଗା ପଡିଛି। କେନ୍ଦୁଝର ଆରଟିଓ କାର୍ଯ୍ୟାଳୟ ପରିସରରେ ଅଧିକାରୀ ଓ ମାଲିକ ଙ୍କ ସମ୍ମୁଖରେ ହାଜର ହୋଇ କଣ୍ଟକ୍ଟର ଭୁଲ ମାଗିବା ସହିତ ପୁନର୍ବାର ଏହି ଘଟଣା ନ
ଆରଟିଓ  ଓ ହିତାଧିକାରୀ ଙ୍କ ସମ୍ମୁଖରେ ଭୁଲ ମାଗିଲେ ବସ ଜଣ୍ଟକ୍ଟର ଘଟଣା ଦୋହରାଇଲେ ରଦ୍ଧ ହେବ କଣ୍ଟକ୍ଟର ଲାଇସେନ୍ସ।


ଘାଟଗାଁ ଡିସେମ୍ବର ୬( ହିଁ ସ) ଆନନ୍ଦପୁର ପୌରପରିଷଦ ୧୪ ନଂ ୱାର୍ଡ଼ର ଜଣେ ଭିନ୍ନକ୍ଷମ ଯାତ୍ରୀଙ୍କୁ ବସ କଣ୍ଟକ୍ଟର ଦୁର୍ବ୍ଯବହାର କରିବା ଘଟଣା ମହଙ୍ଗା ପଡିଛି। କେନ୍ଦୁଝର ଆରଟିଓ କାର୍ଯ୍ୟାଳୟ ପରିସରରେ ଅଧିକାରୀ ଓ ମାଲିକ ଙ୍କ ସମ୍ମୁଖରେ ହାଜର ହୋଇ କଣ୍ଟକ୍ଟର ଭୁଲ ମାଗିବା ସହିତ ପୁନର୍ବାର ଏହି ଘଟଣା ନଦୋହରାଇବା ପାଇଁ କ‌ହିଛନ୍ତି। ଏହା ସହିତ ଆରଓଙ୍କ ପକ୍ଷରୁ କଣ୍ଟକ୍ଟରଙ୍କ ଲାଇସେନ୍ସ ରଖାଯାଇ ପୁନର୍ବାର ଏହି ଘଟଣା ନଜରକୁ ଆସିଲେ ଲାଇସେନ୍ସ ରଦ୍ଦ କରା‌ଯିବ ବୋଲି ଦାଗିତ କରାଯାଇଛି। ୧.୧୨.୨୦୨୫ ରେ ଭିନ୍ନକ୍ଷମ ଯାତ୍ରୀଙ୍କ ପରିବାର ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମରେ ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ବସ୍ ରେ ରେଟ୍ ଚାର୍ଟ ମାରିବା ସହିତ ବିଭିନ୍ନ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ସିଟ୍ ର ବ୍ୟବସ୍ଥା କରିବାକୁ ତାଗିଦ କରାଯାଇଛି। ସରକାର ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ପରିବହନ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ଯାତାୟାତ କରିବା ନିମନ୍ତେ ସରକାରୀ ଓ ବେସରକାରୀ ବସ୍‌ରେ ସଂପୂର୍ଣ୍ଣ ଛାଡ଼ କରିଥିବାବେଳେ ସେମାନଙ୍କ ସହିତ ଯାଉଥିବା ସହାୟକଙ୍କ ପାଇଁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେଲେ ଅଧା ଅର୍ଥର ଛାଡ଼ ବ୍ୟବସ୍ଥା କରାଯାଇଛି। ହେଲେ କିଛି ଅସାଧୁ ବସ୍ କଣ୍ଡକଟର ଭିନ୍ନକ୍ଷମଙ୍କୁ ବସରେ ଦୁର୍ବବ୍ୟହାର କରିବା ସହିତ ଅପମାନିତ କରିବା ଦୁର୍ଭାଗ୍ୟଜନକ ପାଲଟିଛି। ନଭେମ୍ବର ୧୩ ତାରିଖରେ ଆନନ୍ଦପୁର ପୌରପରିଷଦ ୧୪ ନଂ ୱାଡ଼ର୍ର ପ୍ରତି ପ୍ରଜ୍ଞା ସାହୁ ନିଜର ଫିଜିଓଥେରାପି କରିବା ପାଇଁ ଭୁବନେଶ୍ଵର ଯିବାକୁ ଘସିପୁରା ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସମୟ ସକାଳ ୮ଟା ହେବ ସେଠାରେ ବସକୁ ଅପେକ୍ଷା କରି ରହିଥାନ୍ତି ଠିକ୍ ଏହି ସମୟରେ ମାଛଗଡ଼ ଅଞ୍ଚଳରୁ ଆସୁଥିବା ଡାଇମଣ୍ଡ ନାମକ ବସ୍ ବସଷ୍ଟାଣ୍ଡରେ ପହଞ୍ଚିଥିଲା । ହେଲେ ସେଥିରେ ଯାତ୍ରୀଙ୍କୁ ଯିବା ପାଇଁ ଇଚ୍ଛା ନଥିବା ବେଳ କଣ୍ଡକ୍ଟର ଆଜ୍ଞା ଆସନ୍ତୁ କହି ଡାକି ନେଇଥିଲେ। କିଛି ସମୟ ପରେ କଣ୍ଡକ୍ଟର ଅର୍ଥ ମାଗିବାରୁ ପ୍ରିତି ପ୍ରଜ୍ଞାର ମା ସରକାରଙ୍କ ଦ୍ୱାରା ଦିଆ ଯାଇଥିବା ବସ ପାସ୍‌ର ନକଲ କପି ଦେବା ସହିତ ସହାୟକଙ୍କର ଅଧା ଭଡା ୧୦୦ ଟଙ୍କା ପ୍ରଦାନ କରିଥିଲେ। ପ୍ରଥମେ କଣ୍ଟକ୍ଟର ଏହାକୁ ନେଇ ଯାଇଥିଲେ ପରବର୍ତି ସମୟରେ ଆସି ପୂନର୍ବାର ଶହେ ନୁହେଁ ତୁମର ୨୦୦ ଟଙ୍କା ପଡିବ ବୋଲି କହିଥିଲେ । କୌଣସି କଥା ନ ବୁଝି ଆପଣ ନହେଲେ ବସରୁ ଓହ୍ଲାଇ ଯାଆନ୍ତୁ ବୋଲି କଣ୍ଟକ୍ଟର ସିଧାସଳଖ କହିଥିଲା । ଏପରି କ୍ଷେତ୍ରରେ ମହିଳା ଜଣକ ନିରୁପାୟ ହୋଇ ବାଧ୍ୟରେ ୨୦୦ ଟଙ୍କା ଦେଇ ନିଜର ଦିବ୍ୟାଙ୍ଗ ଶିଶୁକୁ ନେଇ ଭୂବନେଶ୍ୱର ଯାଇଥିଲେ । ଏହି ପାସ କୁ ବିଭିନ୍ନ ସରକାରୀ ଓ ବେସରକାରୀ ବସ୍ କନ୍ ସେସନ ହେଉଥିବା ବେଳେ କେନ୍ଦୁଝର ଆର.ଟି.ଓ ଦେଇ ଭୁବନେଶ୍ୱରକୁ ଯାଉଥିବା ଡାଇମଣ୍ଡ ବସ ଭିନ୍ନକ୍ଷମଙ୍କୁ ବସରେ ଦୁର୍ବବ୍ୟହାର କରି ଯତାୟତା ସହାୟତା ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପାଲଟିଥିଲା । ଘଟଣାକୁ ନେଇ ୧.୧୨.୨୦୨୫ ରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ ହେବା ପରେ ଜିଲ୍ଲାପାଳ ଘଟଣା ଦିଗରେ ଦୃଷ୍ଟି ଦେବାକୁ ଆରଟିଓ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକରା ପାଇ ବସ କଣ୍ଟକ୍ଟର ୫.୧୨.୨୦୨୫ ରେ ପହଞ୍ଚି ଘଟଣାକୁ ନେଇ ଭୁଲ ମାଗିବା ସହିତ ପୁନର୍ବାର ଏଭଳି ଘଟଣା ନ ଦୋହରାଇବାକୁ କହିଥିଲେ। ଏଭଳି ଘଟଣା ଭବିଷ୍ୟତ ରେ ନ ଘଟାଇବାକୁ ସମସ୍ତ ଘରୋଇ ବସ ମାଲିକ ସଂଘକୁ ଅବଗତ କରାଯିବା ସହିତ ଏଭଳି ଘଟଣା ଦୋହରାଇ ଲେ ସରକାରୀ ନିୟମକୁ କଡାକଡି ଲାଗୁ କରାଯିବ ବୋଲି ଆରଟିଓ

ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande