
କେନ୍ଦ୍ରାପଡା, ୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଆଦର୍ଶ ଶିକ୍ଷକ ଗୋବର୍ଦ୍ଧନ ସ୍ଵାଇଁଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଏବଂ ବଡ଼ପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନ୍ମଥ ପାତ୍ର ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ନାୟକ, ପ୍ରଦୀପ ସାମନ୍ତରାୟ , ଗୌରାଙ୍ଗ ସ୍ଵାଇଁ ପ୍ରମୁଖ ଯୋଗଦାନ ପୂର୍ବକ ଗୋବର୍ଦ୍ଧନ ସ୍ଵାଇଁଙ୍କ ନିଷ୍ଠାପର ଶିକ୍ଷାଦାନ ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଵାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନିରୁପମା ଜେନା ସ୍ଵାଗତ ସଙ୍ଗୀତ ଗାଇଥିଲେ। ପ୍ରଧାନ ଶିକ୍ଷକ ବିମଳ ପରିଡା ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଧୀର ଜେନା ଏବଂ ପ୍ରତିଷ୍ଠାତାଙ୍କ ସୁପୁତ୍ର ସୁବାସ ସ୍ବାଇଁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରଥ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ବର୍ଗତ ମହେଶ୍ୱର ସ୍ଵାଇଁଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚିତ କରିବା ପରେ ପରେ ଅତିଥିମାନଙ୍କ ସହିତ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅବସରପ୍ରାପ୍ତ ଶିକ୍ଷକ ଗୋବର୍ଦ୍ଧନ ସ୍ଵାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଉର୍ମିଳା ସ୍ଵାଇଁ, ଅଧ୍ୟାପକ ଅରବିନ୍ଦ ସାମଲ, ସରୋଜ ପାଇଟାଲ, ପ୍ରଦୀପ ସାହୁ, ବିଚିତ୍ର ଦାସ, ନରହରି ଦାସ, ଚୈତନ୍ୟ ରାୟ, ପ୍ରଧାନ ଶିକ୍ଷକ ସିଦ୍ଧେଶ୍ୱର ରାଉତ, ତୁଷାର ସ୍ଵାଇଁ, ବସନ୍ତ ମହାରଣା, କବୀର ମଲିକ, ଜାନକୀ ମଲିକ, ଶରତ ଗାହାଣ, ମଧୁସ୍ମିତା ଲେଙ୍କା, ଛାତ୍ର ଜ୍ଞାନ ରଞ୍ଜନ, ଛାତ୍ରୀ ବିଶ୍ବ କଲ୍ୟାଣୀ, ତ୍ରିନାଥ ସେଠୀ, ପପୁ ନାୟକ, ଦୀପକ ଦାସ, ବାସନ୍ତୀ ପାତ୍ର, ସାରଥୀ ସାମଲ, ସେବତୀ ସାମଲ, ଲକ୍ଷ୍ମୀ ପ୍ରୀୟା, ପ୍ରେମ ଲତା, ପରୀକ୍ଷିତ ଖଟୁଆ, ସଞ୍ଜୟ ମଲିକ, ପବିତ୍ର ସ୍ବାଇଁ, ଅମ୍ବିକା ପାତ୍ର, ପ୍ରିୟଙ୍କା ପାତ୍ର, ସାବିତ୍ରୀ ରାଉତ, ମେଘନାଦ ରାଉତ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ଦମୟନ୍ତୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ବିମଳ ପ୍ରସାଦ ପରିଡା, ନିରୁପମା ଜେନା , ଉପେନ୍ଦ୍ର ପାଢ଼ୀ, ରଞ୍ଜନ ବରାଳ, କୈଳାସ ପରିଡା, ବଳରାମ ମଲିକ ପ୍ରମୁଖ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତୀକ୍ଷା ନାୟକ ଓ ଭାଗ୍ୟ ଲକ୍ଷ୍ମୀ ପଣ୍ଡା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି