

ସମ୍ବଲପୁର, ୦୬ ଡିସେମ୍ବର(ହି.ସ.) – ସମ୍ବଲପୁର କଳା ଏକାଡେମୀର ୩୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ଶୁକ୍ରବାର ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏ ଅବସରରେ ଅୟୋଜିତ ସଭାରେ ମଂଚ କଳାକାର ପ୍ରଦୀପ ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ଚିତ୍ରଶିଳ୍ପୀ ରାଧା ରମଣ ମୁଦୁଲି, ବିଶିଷ୍ଟ ଫଟୋଗ୍ରାଫର କରୁଣାକର ଶତପଥୀ ଓ ସଂସ୍କୃତି ସଂଗଠକ ସୂର୍ଯ୍ୟ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ ସାହୁ ଓ ମୁଖ୍ୟ ଉଦ୍ୟୋକ୍ତା ପ୍ରଶାନ୍ତ ମାଝୀ ମଂଚାସୀନ ଥିଲେ। ସଭାକୁ ରଞ୍ଜିତ ରଥ ପରିଚାଳନା କରିଥିବା ବେଳେ ମୁରଲୀଧର ସେଠୀ ଧନ୍ୟବାଦ ଦେଇଥିଲେ। ଏହି ପ୍ରଦର୍ଶନୀରେ ତରୁଣ ଓ ପ୍ରବୀଣ ଶିଳ୍ପୀ ମାନଙ୍କ ବିଭିନ୍ନ ସନ୍ଦର୍ଭର ୨୫୦ଟି ଚିତ୍ରକଳା ସ୍ଥାନ ପାଇଛି। ଏ ଅବସରରେ ଗୌରିଦାସ ପଣ୍ଡା, ବଳରାମ ହୋତା, କୁଲଦୀପ ବର୍ମା, ଯୁଗଳ ବାରିକ, ଶିବାନୀ ଭୋଇ, ନମ୍ରତା ନାୟକ, ରାଜେଶ ବଢ଼ାଇ, ଜିତେନ୍ଦ୍ରିୟ ବେହେରା, ପବିତ୍ର ବେରିହା, ଅଭିଷେକ ବିଶ୍ୱାଳ, ସୁବ୍ରତ ବେହେରା ଓ ଆୟୁଷ୍ମାନ ଦାସ ପ୍ରଦର୍ଶନୀ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ