ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୬ ଡିସେମ୍ବର (ହି.ସ.)- ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାତୃଭାରତୀର ସୁନୀତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଉଷାରା
ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୬ ଡିସେମ୍ବର (ହି.ସ.)- ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମାତୃଭାରତୀର ସୁନୀତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଉଷାରାଣୀ ଦାଶ ମୂଖ୍ୟବକ୍ତା ରୂପେ ଯୋଗ ଦେଇଥିବାବେଳେ ଶ୍ରୀମତୀ ଝୁନୁ ମହାରଣା ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସଞ୍ଜୁ ମହାରଣା, ବିଦ୍ୟୁତ୍ ଲତା ଜେନା ଓ ଭାରତୀ ପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବତନ ଆଚାର୍ଯ୍ୟା ବୈଜୟନ୍ତୀ ମହାପାତ୍ର ଓ ପୂର୍ବତନ ସେବିକା ରତ୍ନମାଳା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାରୀ ଶକ୍ତି ଓ ସପ୍ତଶକ୍ତି ଦ୍ବାରା ଏ ସୃଷ୍ଟି ବଞ୍ଚିପାରିବ ବୋଲି ଉଦ୍ୟୋକ୍ତା ମାନେ ପ୍ରକାଶ କରିଥିଲ ।

ପୁଷ୍ପଲତା ପାତ୍ର, ମିତାଞ୍ଜଳୀ ସ୍ୱାଇଁ, ଗାୟତ୍ରୀ ପ୍ରଭା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande