ମ୍ୟୁନିସିପାଲଟିର ସେପଟିଟାଙ୍କି ଗାଡି ମାଡ଼ି ଯାଇ ଫଳ ଦୋକାନ କ୍ଷତିଗ୍ରସ୍ତ
ବଲାଙ୍ଗିର, ୬ ଡିସେମ୍ବର (ହି.ସ.)- ବଲାଙ୍ଗିରରେ ରାସ୍ତା କଡକୁ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ମାଡ଼ି ଯାଇଥିଲା। ଡ୍ରାଇଭର ଜଣକ ମୋବାଇଲ ଫୋନରେ କଥା ହୋଇ ବେପରୁଆ ଗାଡି ଚାଳନାରୁ ଏଭଳି ଅଘଟଣ ଘଟିଥିବ
ମ୍ୟୁନିସିପାଲଟିର ସେପଟିଟାଙ୍କି ଗାଡି ମାଡ଼ି ଯାଇ ଫଳ ଦୋକାନ କ୍ଷତିଗ୍ରସ୍ତ


ବଲାଙ୍ଗିର, ୬ ଡିସେମ୍ବର (ହି.ସ.)- ବଲାଙ୍ଗିରରେ ରାସ୍ତା କଡକୁ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ମାଡ଼ି ଯାଇଥିଲା। ଡ୍ରାଇଭର ଜଣକ ମୋବାଇଲ ଫୋନରେ କଥା ହୋଇ ବେପରୁଆ ଗାଡି ଚାଳନାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅନ୍ୟପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ପୋଲିସକୁ ତୁରନ୍ତ ଅଭିଯୋଗ କରିଛନ୍ତି । ଡ୍ରାଇଭର ଜଣକ ମୋବାଇଲରେ ଗେମ୍‌ ଖେଳି ଖେଳି ଗାଡି ସ୍ପିଡରେ ଚଳାଉଥିଲେ ବୋଲି ଅଭିଯୋଗ । ଏହି ଦୁର୍ଘଟଣାରେ ଫଳ ଦୋକାନୀଙ୍କ ୫୦ ହଜାରରୁ ଉର୍ଦ୍ଧ ଟଙ୍କାର ଫଳ, ଦୁଇଟି ବାଇକ, ସାଇକେଲ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଛି। ଫଳ ଦୋକାନୀ, ବାଇକ ଆରୋହୀ ଓ ଫଳକ୍ରେତା ମାନେ ଅଳ୍ପକେ ବର୍ତ୍ତିଛନ୍ତି। ସେଠାରେ ଥିବା ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ କାବୁ କରି ଗୋଟାଏ ଘରେ ରଖିଥିଲେ । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଟାଉନ ପୋଲିସ ପହଞ୍ଚିବା ପରେ କ୍ଷତି ହୋଇଥିବା ଫଳ ବେପାରୀ ଓ ବାଇକ ଗାଡି, ସାଇକେଲର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଟାଉନ ଥାନା ଅଧିକାରୀ ଅବନୀ ସାହୁ ସେଠାରେ ପହଞ୍ଚି ଳୋକଙ୍କୁ ବୁଝାସୁଝା କରିବା ସହ ତା'ର ସମାଧାନ କରାଯିବ ବୋଲି କହିବା ପରେ ଡ୍ରାଇଭରକୁ ପୋଲିସର ଜିମା ଦେଇଥିବା ଜଣାପଡ଼ିଛି। ପୋଲିସ ଡ୍ରାଇଭରକୁ ଟାଉନ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି । ଡ୍ରାଇଭର ଜଣକ ଜଣେ ଅଣ ଓଡ଼ିଆ ହୋଇଥିବା ବେଳେ ତାଙ୍କର ନାମ ଅଭିଷେକ ରାମ ବୋଲି ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande