ସାମାଜିକ ସମରସତା ଦିବସ ପାଳିତ
ଜୟପୁର, ୬ ଡିସେମ୍ବର (ହି.ସ.)- ଡଃ. ବାବାସାହେବ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେବା ସହ ସାମାଜିକ ସମରସତା ଦିବସ ଆଜି ପାଳିତ ହୋଇଛି । ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଚଳି ଦେବା ସହ ତାଙ୍କ ନୀତି ଓ ଆଦର୍ଶରେ
ସାମାଜିକ ସମରତା ଦିବସ ପାଳିତ


ଜୟପୁର, ୬ ଡିସେମ୍ବର (ହି.ସ.)- ଡଃ. ବାବାସାହେବ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେବା ସହ ସାମାଜିକ ସମରସତା ଦିବସ ଆଜି ପାଳିତ ହୋଇଛି । ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଚଳି ଦେବା ସହ ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଜିଲା କଂଗ୍ରେସ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ରୁପକ ତୁରୁକ, ପୂର୍ବତନ ବିଧାୟକ ନିମାଇ ସରକାର, କଂଗ୍ରେସ ନେତା କୃଷ୍ଣ ନେପାକ, ନିହାର ବିଷୋୟି, ରାମ ନାୟକ, କାନ୍ତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆମ୍ବେଦକ ଛକ ଠାରେ ପ୍ରତିମୂର୍ତି ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାନ୍ଜଳି ଦିଆଯାଇଛି । ମହାଦଳିତ ପରିସଂଘ ତରଫରୁ ଶ୍ରଦ୍ଧାଞ୍ଚଳି ଦିଆଯାଇଛି । ରାଜ୍ୟ ସଭାପତି ବୃନ୍ଦାବନ ଖରାଙ୍କ ନେତୃତ୍ୱରେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବେ ସୁରେନ୍ଦ୍ର ଖରା ଯୋଗଦେଇ ଆମ୍ବେଦକଙ୍କ ଜୀବନି ଉପରେ ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଓ ସନ୍ତୋଷ ସୁନା, ଜି ମହେଷ, ନାରାୟଣ ସାଗର.ଗଜେନ୍ଦ୍ର ନାଗ, ସଂଜିତ ପାଲ, ସୁରେନ୍ଦ୍ର କୁଳଦୀପସ ମନେସ୍ୱୀନୀ ଟାକ୍ରି, ବାସୁ ନାୟକ, ମଧୁ ହିଆଲ, ମଙ୍ଗଳଦାନ ଖିଲ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande