

ସୁବର୍ଣ୍ଣପୁର, ୦୬ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ,ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ ନିଗମ, ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ନୋଡାଲ ସଚିବଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ଓ ପାଣ୍ଠି ବିନିଯୋଗ ଉପରେ ପାର୍ଯ୍ୟାଲୋଚାନା ଓ ସମୀକ୍ଷା କରାଯାଇଥିଲା। ଏହି ପର୍ଯ୍ୟାଳୋଚନା ଓ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ ଉପସ୍ଥିତ ଥିଲେ। ମିନି ସମ୍ମିଳନୀ କକ୍ଷରେ ଜଣ ଜଣ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତାଙ୍କ କାର୍ଯ୍ୟାଳୟ ଓ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ଓ ପାଣ୍ଠି ବିନିଯୋଗର ପର୍ଯ୍ୟଲୋଚନ ଓ ସମୀକ୍ଷା କରି ଯୋଜନା କାର୍ଯ୍ୟକାରୀ କରିବାରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଓ ବିଭିନ୍ନ ଯୋଜନା ଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରଥମେ ସେ ସୁବର୍ଣ୍ଣପୁର ସ୍ଥିତ ସୁରେଶ୍ୱରୀ ମନ୍ଦିର ସାମନାରେ ଓରମାସ ଦ୍ୱାରା ପରିଚାଳିତ ବୁଣାକାର ମାନଙ୍କ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଥିଲେ। ତାପରେ ବୀରମହାରାଜପୁର ପଂଚାୟତ ସମିତିର ନିୟନ୍ତ୍ରିତ ବଜାର କମିଟି ମାର୍କେଟ ୟାର୍ଡ ପରିଦର୍ଶନ, କୁଞ୍ଜାପାଳି ସେବାଶ୍ରମ ବିଦ୍ୟାଳୟ ଓ ଏକ ଅଙ୍ଗନ ବାଡ଼ି କେନ୍ଦ୍ର ଓ ଅନ୍ୟ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ