
ମୁଖୀଗୁଡା, ୬ ଡିସେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମନିଭଟା ଗାଁରେ ଆଜି ସନ୍ଧ୍ୟାରେ ଉତ୍ତର ପ୍ରଦେଶର ଜଣେ ଯୁବକ ଝୀନୁ କାଣ୍ଡେଲ (୪୦) ଓରଫ ରାଜୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ମନିଭଟା ଗ୍ରାମର ଜଣେ ଯୁବତୀଙ୍କୁ ଏକ ବର୍ଷ ତଳେ ପ୍ରେମ ବିବାହ କରି ମନିଭଟା ଗ୍ରାମରେ ରହୁଥିଲେ । ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଆଜି ସନ୍ଧ୍ୟାରେ ରାଜୁଙ୍କ ମୃତଦେହ ଘରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ନିହାର