ଲୁଟ୍ ମାମଲାରେ ଜଣେ ଗିରଫ
ଜୟପୁର, ୦୬ ଡିସେମ୍ବର(ହି.ସ.) – ଦୈନିକ ବଜାରରେ ଏକ ଛୋଟ ଛୁଆ ବେକରୁ ସୁନା ଲକେଟ ଲୁଟ କରିଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଗୋପବନ୍ଧୁ ନଗର ଅଂଚଳର ଗଣେଶ ପୂଜାରୀ। ପୁଲିସ ସୂଚନା ଅନୁଯାୟୀ ଗତ ୪ ତାରିଖରେ ଜୟପୁର ଦୈନିକ ବ
ଲୁଟ ମାମଲାରେ ଜଣେ ଗିରଫ


ଜୟପୁର, ୦୬ ଡିସେମ୍ବର(ହି.ସ.) – ଦୈନିକ ବଜାରରେ ଏକ ଛୋଟ ଛୁଆ ବେକରୁ ସୁନା ଲକେଟ ଲୁଟ କରିଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଗୋପବନ୍ଧୁ ନଗର ଅଂଚଳର ଗଣେଶ ପୂଜାରୀ। ପୁଲିସ ସୂଚନା ଅନୁଯାୟୀ ଗତ ୪ ତାରିଖରେ ଜୟପୁର ଦୈନିକ ବଜାରରେ ଚିନ୍ମୟୀ ପଣ୍‌ତା ତାଙ୍କ ୪ ବର୍ଷର ଛୋଟ ଛୁଆକୁ ଧରି ଦୈନିକ ବଜାରରେ ପରିବା କିଣୁଥିବା ସମୟରେ କେହି ଜଣେ ଦୁର୍ବୁତ ତାଙ୍କ ଛୁଆର ବେକରେ ଥିବା ସୁନା ଲକେଟ ଟାଣି ନେଇଯାଇଥିଲେ। ଏନେଇ ଟାଉନ ଥାନାରେ ମାମଲା ରୁଜୁ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ଗଣେଶ ପୂଜାରୀକୁ ଗିରଫ କରିବା ସହ ତା’ ଠାରୁ ୨ଟି ସୁନା ଲକେଟ୍ ଉଦ୍ଧାର କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande