ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ବଣେଇ, ୬ ଡିସେମ୍ବର (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅନ୍ତର୍ଗତ ରମଲେଇ ଛକ ନିକଟରେ ଆଜି ସକାଳେ ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଦୁଇ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ସୂଚନା ଅନୁଯାୟୀ, ବଣେଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀ
ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ


ବଣେଇ, ୬ ଡିସେମ୍ବର (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅନ୍ତର୍ଗତ ରମଲେଇ ଛକ ନିକଟରେ ଆଜି ସକାଳେ ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଦୁଇ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।

ସୂଚନା ଅନୁଯାୟୀ, ବଣେଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ରମଲେଇ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଯୋଗେ ଦୁଇ ଜଣ ଯୁବକ ନରେନ୍ଦ୍ର ପଟୁ ଆସୁଥିବା ବେଳେ ପଛପଟୁ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ମୃତ ଦୁଇ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛି । ଟ୍ରଲର ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ଥାକିଆ ରାସ୍ତା ସହ ଟ୍ରାଫିକ୍ ସମସ୍ୟା ନଥିବା ସତ୍ୱେ ବି ଏ ଅଂଚଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । କାରଣ ଏହି ରାସ୍ତାରେ ଗାଡି ଚାଳକ ମାନେ ବେପରୁଆ ଗାଡି ଚାଳନା କରୁଛନ୍ତି ଏବଂ କାହାର ଏମାନଙ୍କ ଉପରେ ନିୟନ୍ତ୍ରଣ ରହୁନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande