

ବଲାଙ୍ଗୀର, ୦୬ ଡିସେମ୍ବର(ହି.ସ.) – ଆଜି ଦିନ ପ୍ରାୟ ୧୨.୦୦ ଟା ସମୟରେ ବଲାଙ୍ଗୀର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ରେଞ୍ଜର କର୍ମଚାରୀମାନେ ଲୋଇସିଂହା ରେଞ୍ଜର ସାଲେଭଟା ସେକ୍ସନ ଅନ୍ତର୍ଗତ ଉଜବାହାଲ ଗ୍ରାମରେ ଚାଲିଥିବା ବେଆଇନ କରତ ମିଲ ଉପରେ ଫରେଷ୍ଟର ଶ୍ରୀ ବାବୁଲା ଦାସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢାଉ କରିଥିଲେ। ଘଟଣାସ୍ଥଳରୁ ୧୦ ସିଏଫଟି ଗମ୍ଭାର ଏବଂ ସାଲ ପଟା, ନମ୍ବର ବିହୀନ ଗୋଟିଏ ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଉପକରଣ ସହିତ କରତ କଟର ଜବତ କରାଯାଇଥିଲା। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ