ଚୋରା ବାଲି ଓ ଟିପି ଦେଉ ନଥିବା ଖଦାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଗୁରୁତ୍ଵ
କେନ୍ଦ୍ରାପଡା, ୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲା ଖଣି ଅଧିକାରୀ, ଅବକାରୀ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଜବରଦଖଲ ଉଚ୍
ଚୋରା ବାଲି ଓ ଟିପି ଦେଉ ନଥିବା ଖଦାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଗୁରୁତ୍ୱ୍ୱ


କେନ୍ଦ୍ରାପଡା, ୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲା ଖଣି ଅଧିକାରୀ, ଅବକାରୀ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ, ବେଆଇନ୍ ବାଲି ଖାଦାନ ଉପରେ ଚଢାଉ କରି ହାଇୱାରେ ବାଲି ଆଣୁଥିବା ମାଲିକଙ୍କୁ ଖାଦାନ ମାଲିକ ମାନେ ଟିପି ଦେଉ ନଥିବାରୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଲୋଚନା କରାଯାଇଛି । ଏଥି ସହିତ ବେଆଇନ୍ ଖଣି କାରବାର ପ୍ରତିହତ କରିବା, ଜିଲ୍ଲାରେ ଚୋରାରେ ବିକ୍ରି ହେଉଥିବା ଗଞ୍ଜେଇ, ମଦ, ବ୍ରାଉନସୁଗାର ଆଦିକୁ ଜବତ କରି ବିକ୍ରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ଜଙ୍ଗଲ ବିଭାଗ ଦ୍ୱାରା କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ତାର ବାଡ ଦ୍ୱାରା ଗାଧୋଇବା ତୁଠ ନିର୍ମାଣ କରିବା ପାଇଁ ଉପ ଜିଲ୍ଲାପାଳ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande