ବାଟେଘାଟେ ରଥଦାଣ୍ଡରେ ଗଡୁଛି ଭାଗ୍ଯପରୀକ୍ଷା ଖଡି
ପୁରୀ, ୬ ଡିସେମ୍ବର (ହି.ସ.)- ଧର୍ମଦାଣ୍ଡ ବଡଦାଣ୍ଡ । ତିନିରଥ ଗଡୁଥିବାରୁ ଏହା ରଥଦାଣ୍ଡ । ସୁଖୀ ଓ ଦୁଃଖୀ ଭକ୍ତ ବଡଦାଣ୍ଡରେ ଯାଆଆସ କରୁଛନ୍ତି । ସେମାନଙ୍କ ଭାଗ୍ୟର ଫଳାଫଳ ଜାଣିବା ପାଇଁ ଭାଗ୍ଯରେଖା ଜ୍ଯୋତିଷ ଖଡି ଗଡାଉଛନ୍ତି । ହସ୍ତରେଖା ଜାତକ ଦେଖିବା ସହ ଦାଣ୍ଡରେ ଖଡି ଗାର କାଟି ଭାଗ୍ଯ ଫଳ
ବାଟେଘାଟେ ରଥଦାଣ୍ଡରେ ଗଡୁଛି ଭାଗ୍ଯପରୀକ୍ଷା ଖଡି


ବାଟେଘାଟେ ରଥଦାଣ୍ଡରେ ଗଡୁଛି ଭାଗ୍ଯପରୀକ୍ଷା ଖଡି


ପୁରୀ, ୬ ଡିସେମ୍ବର (ହି.ସ.)- ଧର୍ମଦାଣ୍ଡ ବଡଦାଣ୍ଡ । ତିନିରଥ ଗଡୁଥିବାରୁ ଏହା ରଥଦାଣ୍ଡ । ସୁଖୀ ଓ ଦୁଃଖୀ ଭକ୍ତ ବଡଦାଣ୍ଡରେ ଯାଆଆସ କରୁଛନ୍ତି । ସେମାନଙ୍କ ଭାଗ୍ୟର ଫଳାଫଳ ଜାଣିବା ପାଇଁ ଭାଗ୍ଯରେଖା ଜ୍ଯୋତିଷ ଖଡି ଗଡାଉଛନ୍ତି । ହସ୍ତରେଖା ଜାତକ ଦେଖିବା ସହ ଦାଣ୍ଡରେ ଖଡି ଗାର କାଟି ଭାଗ୍ଯ ଫଳାଫଳ କହୁଛନ୍ତି । ବଡଶଙ୍ଖ ନୂଆସାହି ଛକ ବଡଦାଣ୍ଡରେ ଜ୍ଯୋତିଷ ପଣ୍ଡିତ ପିତବାସ ପାତ୍ର ଖଡିପାଠ ପସରା ପକାଇ ବସିଛନ୍ତି । ଦୁଃଖୀ ଓ ସୁଖୀଙ୍କ ଭାଗ୍ଯ ନିର୍ଣ୍ଣୟ କରି କିଛି ସମୟ ବଡଦାଣ୍ଡରେ ଅଟକି ରହୁଛନ୍ତି । ୨୨ ବର୍ଷ ଧରି ଖରା ବର୍ଷା ଶୀତ କାକରରେ ପଣ୍ଡିତଙ୍କ ଖଡି ଗଡୁଛି । ବଡଦାଣ୍ଡ ବାଟରେ ଘାଟରେ ଏହି ଦୃଶ୍ଯ ଦେଖି ବାଟୋଇ କିଛି ସମୟ ଅଟକି ରହୁଛନ୍ତି । ପୁରୁଷାନୁକ୍ରମିକ ଖଡିପାଠ ଶିକ୍ଷା କରି କଟକ ଜିଲ୍ଲାର ବଡମ୍ବା ନିକଟସ୍ଥ ଯୋଡୁମୁଁ ଗ୍ରାମରୁ ଆସି ବଡଦାଣ୍ଡରେ ଖଡିପାଠ କରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ବହୁ ଝଡ଼ଝଞ୍ଜା ମଧ୍ୟରେ ତାଙ୍କ କୌଳିକ ବୃତ୍ତି ଛାଡିନାହାନ୍ତି । ତିନୋଟି ଝିଅ, ଗୋଟିଏ ପୁତ୍ର ଓ ତାଙ୍କ ଧର୍ମପତ୍ନୀଙ୍କୁ ନେଇ ଘରସଂସାର ଚଳାଉଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଡାକି ସକାଳୁ ସଂଧ୍ଯା ପର୍ଯ୍ୟନ୍ତ ଖଡିପାଠରୁ ଯାହା ମିଳେ ସେଥିରେ କୁଟୁମ୍ବ ଚଳାଉଛନ୍ତି । ହସ୍ତରେଖାରେ ଭାଗ୍ଯ ଜାଣନ୍ତୁ, ଖଡି ଜାତକରୁ ଭାଗ୍ଯ ଜାଣନ୍ତୁ, କ'ଣ ଘଟୁଛି କ'ଣ ଘଟିବ, ଜାତକ ଲେଖାଯାଏ, ଭୃଙ୍ଗୁ ସହିଁତା ଦେଖାଯାଏ, ବାସ୍ତୁ ପରୀକ୍ଷା କରାଯାଏ, ବିବାହ ମେଳକ କରାଯାଏ

ବାସ୍ତୁ ପୂଜା କରାଯାଏ, ଗ୍ରହ ତାବିଜ ବନାଯାଏ ଓ ଗ୍ରହ ପୂଜା କରାଯାଏ ବୋଲି ମତବ୍ୟକ୍ତ କରନ୍ତି । ବିଭିନ୍ନ ଜ୍ଯୋତିଷ ବହି ସଠିକ ନିର୍ଣ୍ଣୟ କରୁଥିବାରୁ ଲୋକଙ୍କ ବିଶ୍ୱାସ ଧରି ରଖିଛନ୍ତି । ପଥଚାରୀ, ପର୍ଯ୍ୟଟକ ଓ ଆଖପାଖ ସାହିର ବାସିନ୍ଦା ମାନେ ତାଙ୍କ ପାଖରେ ବସି ଭାଗ୍ଯରେ କ'ଣ ଘଟୁଛି କ'ଣ ଘଟିବ ପଚାରିବା ସହ ମାଙ୍ଗଳିକ କାର୍ଯ୍ୟ ସମ୍ପର୍କରେ ପଚାରି ଖଡିପାଠ କରୁଥିବା ଦେଖିବାକୁ ମିଳୁଛି । ଶେଷ ଜୀବନ ପର୍ଯ୍ୟନ୍ତ ଏହି ବଡଦାଣ୍ଡରେ ଖଡି ଗଡାଉଥିବି ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande