ବାଗଦେବୀ ଭ୍ରାମ୍ୟମାଣ ପାଠାଗାରର ୪୪ତମ ପୁସ୍ତକ ପଠନ କାର୍ଯ୍ୟକ୍ରମ
ଧର୍ମଶାଳା, ୬ ଡିସେମ୍ବର (ହି.ସ.)- ପୁସ୍ତକ ବ୍ୟକ୍ତିର ଚିନ୍ତା ଚେତନାକୁ ପ୍ରସାରିତ କରେ । ସାଧାରଣକୁ ଅସାଧାରଣରେ ପରିବର୍ତିତ କରେ । ମାନବକୁ ମହାମାନବରେ ପରିବର୍ତନ କରି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ବାଗଦେବୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ ୪୪ତମ ପୁସ୍ତକ ପଠନ କାର୍
ବାଗଦେବୀ ଭ୍ରାମ୍ୟମାଣ ପାଠାଗାରର ପୁସ୍ତକ ପଠନ କାର୍ଯ୍ୟକ୍ରମ


ଧର୍ମଶାଳା, ୬ ଡିସେମ୍ବର (ହି.ସ.)- ପୁସ୍ତକ ବ୍ୟକ୍ତିର ଚିନ୍ତା ଚେତନାକୁ ପ୍ରସାରିତ କରେ । ସାଧାରଣକୁ ଅସାଧାରଣରେ ପରିବର୍ତିତ କରେ । ମାନବକୁ ମହାମାନବରେ ପରିବର୍ତନ କରି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ବାଗଦେବୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ ୪୪ତମ ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଯାଜପୁର ଜିଲା ତରଞ୍ଜିଆ ପଂଚାୟତ ଅନ୍ତର୍ଗତ ପୋବଳ ତରଞ୍ଜିଆସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବାଗଦେବୀ ଭ୍ରାମ୍ୟମାଣ ପାଠାଗାର ଆୟୋଜିତ ‘ପୁସ୍ତକ ପଠନ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାରାୟଣ ତ୍ରିପାଠୀ କେତେକ କାଳଜୟୀ ପୁସ୍ତକର ଉଦାହରଣ ଦେଇ ପୁସ୍ତକ ସମଗ୍ର ବିଶ୍ୱରେ କିପରି ଆଲୋଡନ ସୃଷ୍ଟି କରିଥିଲା ତାହା ଉଲ୍ଲେଖ କରିଥିଲେ । ମୁଖ୍ୟ ବକ୍ତାଭାବେ ଭ୍ରାମ୍ରମାଣ ପାଠାଗାରକୁ ଏକ ଆନ୍ଦୋଳନ ରେ ପରିଣତ କରିଥିବା ଶିଶୁ ସାହିତ୍ୟିକ ଡକ୍ଟର ରିବନ୍ଦ୍ର ନାରାୟଣ ସାହୁ ଯୋଗ ଦେଇ ପୁସ୍ତ ବ୍ୟକ୍ତିର ସୃଜନଶୀଳତାକୁ ବଢାିବା ସହିତ ଚିନ୍ତା ଚେତନାକୁ ପ୍ରସାରିତ କରି ସାଧାରଣକୁ ଅସାଧାରଣରେ ପରିବର୍ତନ କରବିାର ମହାମାନବରେ ପରିବର୍ତନ କରିବାର କ୍ଷମତା ରଖିଥାଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନିରୋଜ କୁମାର ମହାନ୍ତି,ସେକ୍ ରଜାକ୍‌,ଶିକ୍ଷୟିତ୍ରୀ ଶିଶିଲିଆ ପ୍ରଦାନ,ଅଶାଲତା ନାୟକ ପ୍ରସ୍ତକ ପଢି ନିଜକୁ ସମାଜରେ ପ୍ରତିଷ୍ଠାତ କରିଥିବା ପ୍ରତିଭାବାନ ବ୍ୟକ୍ତି ସମୂହଙ୍କ ବିଷୟରେ ଆଲୋଚନା କରିଥିଲେ । ପାଠାଗାରର ପ୍ରତିଷ୍ଠାତା ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଦର୍ଶିତ ପ୍ରସ୍ତକ ମଧ୍ୟରୁ ମନୋନୀତ ପୁସ୍ତକଗୁଡିକୁ ପଠନ କରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କ ମଧୃରୁ ଜ୍ୟୋତି ପ୍ରକାଶ ବଳ, ଅନ୍ୱେସା ସାହୁ ଓ ସୁମନ୍ତ କୁମାର ବଳଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବାଗଦେବୀ ଭ୍ରାମ୍ୟମାଣ ପାଠାଗାର ଏପରି ନିଆରା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande