
କେନ୍ଦୁଝର, ୬ ଡିସେମ୍ବର (ହି.ସ.)- କେନ୍ଦୁଝର ସହରର ସନ୍ନିକଟରେ ଥିବା ଏକ ଅଗ୍ରଣୀ ଏବଂ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବଡ଼ଘାଗରା ପରିସରକୁ ବାବା ରାମେଶ୍ୱର ମନ୍ଦିର ପରିଚାଳନା ଓ ପରିବେଶ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପର୍ଯ୍ୟଟକ ବଡଘାଗରାକୁ ଭ୍ରମଣ କରିବାକୁ ଆସି ଏଠାରେ ଭୋଜିଭାତ ସହ ଆମୋଦପ୍ରମୋଦ କରିଥାନ୍ତି। ଏକ ପ୍ରତିଷ୍ଠିତ ଏବଂ ଅଗ୍ରଣୀ ପର୍ଯ୍ୟଟନସ୍ଥଳୀ ରୂପେ ବଡଘାଗରାର ବେଶ ଜନାଦୃତ ଓ ପରିଚୟ ଅଛି। ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ବହୁ ସମୟରେ ଉକ୍ତ ପର୍ଯ୍ୟଟନସ୍ଥଳୀ ଅପରିଷ୍କାର ହୋଇ ପଡିଥିବାର ଦୃଷ୍ଟିଗୋଚର ହୁଏ। ତେଣୁ ବାଗଘାଗରା ପରିସରକୁ ବାବା ରାମେଶ୍ୱର ମନ୍ଦିର ପରିଚାଳନା ଓ ପରିବେଶ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ହୋଇଥିବାରୁ ତାହା ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସିତ ହୋଇପାରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA