
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)
- ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ
ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର
ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି । ସାମାଜିକ ନ୍ୟାୟ, ସମାନତା ଓ ମାନବିକ
ମର୍ଯ୍ୟାଦା ପ୍ରତି ତାଙ୍କର ମହାନ ଆଦର୍ଶ ଆମ ଗଣତନ୍ତ୍ରର ଭିତ୍ତିଭୂମିକୁ ସର୍ବଦା ମଜଭୁତ କରି
ରଖିବ। ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଚାଲି ଆମେ ଏକ ସମତାଭିତ୍ତିକ ଓ ବିକଶିତ ଓଡ଼ିଶା ଗଠନ
କରିବାକୁ ପ୍ରତିଜ୍ଞାବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା