

ଡିସେମ୍ବର ୧୨ରେ ମହୋଦଧି ଦିବସ
. ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା
. ଜାପାନ ର ଆକାଇ ଡୋଇ ପାଇବେ ମହୋଦଧି ସମ୍ମାନ
ପୁରୀ , 6 ଡିସେମ୍ବର (ହି.ସ.)ଚଳିତ ବର୍ଷ ଡିସେମ୍ବର ୧୨ରେ ୫ମ ମହୋଦଧି ଦିବସ ପୁରୀ ଲାଇଟ୍ ହାଉସ ସମ୍ମୁଖ ବେଳାଭୂମି ଠାରେ ଅନୁଷ୍ଠିତ ହେବ | ଏହାସହ ଓଡିଶା ର ୧୫ ଟି ଜିଲ୍ଲା ରେ ମଧ୍ୟ ୧ମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି | ଆଗାମୀ ଭବିଷ୍ୟତ ପାଇଁ ସମୁଦ୍ରର ସୁରକ୍ଷା ବିଷୟବସ୍ତୁ ରଖାଯାଇଛି | ଏ ସମ୍ପର୍କରେ ଶନିବାର ଅପରାହ୍ନରେ ହୋଟେଲ ଅତିଥି ହେରିଟେଜ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଆୟୋଜକ କମିଟି ତରଫରୁ କୁହାଯାଇଛି | ଏ ବର୍ଷ କାର୍ଯ୍ୟକ୍ରମର ଅଧିକ ପ୍ରଚାର ପ୍ରସାର ପାଇଁ ବିଶେଷ ଭାବରେ ସମୁଦ୍ର ଜଙ୍ଗଲ ଓ ନଦୀ ଥିବା ଅଞ୍ଚଳରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ପ୍ରୋତ୍ସାହିତ କରାଯିବ |ଢେଙ୍କାନାଳ, ମାଲକାନଗିରି,କୋରାପୁଟ,ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ଵର, କଟକ , ଖୋର୍ଦ୍ଧା, ବ୍ରହ୍ମପୁର, ବାରିପଦା, ଅନୁଗୁଳ ରେ ୧୦ ଓ ୧୧ ରେ କାର୍ଯକ୍ରମ ଅନୁଷ୍ଠିତ ହେବ | ଡିସେମ୍ବର ୧୨ ତାରିଖ ଦିନ ପୁରୀ ବେଳା ଭୁମି ଲାଇଟ୍ ହାଉସ ସମ୍ମୁଖରେ ଭବ୍ୟକାର୍ଯ୍ୟକ୍ରମର ଆୟୋଜନ କରାଯିବ।ସକାଳେ ୯ ଟା ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଛି |ବୋଟ ରେସ ସହିତ ରାଷ୍ଟ୍ରୀୟ ସ୍ତରୀୟ କଳାକାର ମାନଙ୍କୁ ନେଇ ମହୋଦଧି ଆର୍ଟ ପଦର୍ଶନୀ ଆୟୋଜିତ କରାଯିବ। ଚିତ୍ର ଅଙ୍କନ ପ୍ରତିଯୋଗିତା, ଚିତ୍ର ଉତ୍ତୋଳନ ପ୍ରତିଯୋଗିତା, ବାଲୁକା ଚିତ୍ର କାର୍ଯ୍ୟକ୍ରମ ରହିଛି | ବାଲୁକା ଚିତ୍ର ଅଙ୍କନ କରିବେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ |. ଅପରାହ୍ନ ୩ ଟା ରେ ରାଜ୍ୟ ସ୍ତରୀୟ କବିତା ଆସର ଆୟୋଜିତ ହେବ।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ ସହିତ କଲିକତାର ଶ୍ରୀଜନ କଳା କେନ୍ଦ୍ର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ଆଗାମୀ ଚଳଚ୍ଚିତ୍ର ଲଢେଇ ଓ ବୁଲେଟର ପ୍ରୋମୋସନ୍ କରାଯିବ। ଟ୍ରାନସ ଜେଣ୍ଡର କମ୍ୟୁନିଟି ଦ୍ଵାରା ଫ୍ୟାସନ ସୋ ଓ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ।ଏହି ଅବସରରେ ରେଡ ଡଟ୍ ସହାୟତାରେ କୃତି ଭିନ୍ନକ୍ଷମ ମାନଙ୍କୁ ସିଲେଇ ମେସିନ ଓ ହୁଇଲ୍ ଚେୟାର ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି।ଚଳିତ ବର୍ଷ ମହୋଦଧି ସମ୍ମାନ ଜାପାନ ର ଆକାଇ ଡୋଇ ଙ୍କୁ ପ୍ରଦାନ କରାଯିବ |ସାମୁଦ୍ରିକ କ୍ରୀଡା ସହିତ ନୃତ୍ୟ, ଗୀତ ଏଵଂ ଚଳଚ୍ଚିତ୍ର ତାରକା ମାନଙ୍କର ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ| ଅପରାହ୍ନ ରେ କବିତା ପାଠ କରିବେ ଓଡ଼ିଶାର ପ୍ରଖ୍ୟାତ କବି ଏଵଂ କବିୟତ୍ରୀ |କଣ୍ଠ ଶିଳ୍ପୀ ରାଜେନ୍ଦ୍ର ମିଶ୍ର ଏଵଂ ଦେବାଂଶୀ ଦାଶ ଙ୍କ ଓଡ଼ିଆ ଗୀତ ର କାର୍ଯ୍ୟକ୍ରମ ରହିଛି|
ଓଡ଼ିଶାର ସୁପ୍ରସିଦ୍ଧ ଫିଲ୍ମ କଣ୍ଠ ଶିଳ୍ପୀ ବିଷ୍ଣୁ ମୋହନ କବି,ସାଗରୀକା ମିଶ୍ର, ମିସ ସାଇନା ପ୍ରମୁଖ ଓଡ଼ିଆ ଏଵଂ ହିନ୍ଦୀ ସଂଗୀତ ପରିବେଷଣ କରିବେ | ପ୍ରସିଦ୍ଧ ନିର୍ଦେଶକ ଅଶୋକ ପତି ଙ୍କ ନୂଆ ସିନେମା ଲଢେଇ ର ତାରକା ମାନେ ମଞ୍ଚରେ ନୃତ୍ୟ ଗୀତ ପରିବେଷଣ କରିବେ|ପ୍ରସିଦ୍ଧ କଳାକାର ପୁଷ୍ପା ପଣ୍ଡା,କେ.କେ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିବେ |ଚଳଚ୍ଚିତ୍ର ମୋଟରସାଇକେଲ ପକ୍ଷରୁ ଉପସ୍ଥିତ ରହିବେ କୁନା ତ୍ରିପାଠୀ, ହିରୋ ଜ୍ୟୋତି ନାୟକ, ଅଭିନେତ୍ରୀ ଙ୍କ ସହିତ ଯୁବ ନିର୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏଵଂ ପ୍ରେରଣା ପ୍ରତୀକ୍ଷା |
ନୂଆ ଓଡ଼ିଆ ଚଳଚ୍ଚିତ୍ର ଅପେକ୍ଷା ତରଫରୁ ହିରୋ ସାର୍ଥକ ଏଵଂ ହିରୋଇନ ଶୁଭାଙ୍ଗି,କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନୃତ୍ୟ ଗୀତ ମାଧ୍ୟମ ରେ ଶ୍ରଦ୍ଧାଞ୍ଜଳି ଦିଆଯିବ | ଅପେକ୍ଷା ଚଳଚ୍ଚିତ୍ରରେ ହ୍ୟୁମାନ ସାଗର ଖୁବ ସୁନ୍ଦର ରୋମାଣ୍ଟିକ ଗୀତ ଅସୀମା ପଣ୍ଡା ଙ୍କ ସହିତ ଗାଇବେ| କଲିକତା ରୁ ଆସୁଥିବା ନୃତ୍ୟ କଳାକାର ମାନେ ବେଙ୍ଗଲ ଫୋକ ନୃତ୍ୟ ଏଵଂ ହିନ୍ଦୀ ସିନେମା ସଂଗୀତରେ ଦର୍ଶକ ଙ୍କ ମନୋରଞ୍ଜନ କରିବେ| ଭୁବନେଶ୍ୱର ରେଡ ଡ଼ଟ ସ୍ୱସ୍ତିକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ଖେଳାଳି ମାନଙ୍କୁ ହୁଇଲ ଚେୟାର ସହିତ ଭିନ୍ନକ୍ଷମ ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ଅଟୋମେଟିକ ସିଲାଇ ମେସିନ ମାଗଣାରେ ବଣ୍ଟନ କରାଯିବ|ଏହି ଉତ୍ସବରେ ଅନେକ କଳାକାର ଏଵଂ ପ୍ରତିଯୋଗିତା ରେ ସଫଳତା ପାଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ| ଆଗାମୀ ବର୍ଷ ୨0୨୬ରେ ମହୋଦଧି ଦିବସ ଆନ୍ତର୍ଜାତିକ ସ୍ତରରେ ସାତଦିନ ବ୍ୟାପୀ କରାଯିବ ଏଵଂ ଦେଶ ବିଦେଶର ସାମୁଦ୍ରିକ କ୍ରୀଡ଼ାବିତ ଏଵଂ ଭାରତ ବର୍ଷର ସୁଖ୍ୟାତି ଅର୍ଜନ କରିଥିବା କଳାକାର ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଆୟୋଜକମାନେ କହିଥିଲେ |ଏହି ସାମ୍ବାଦିକ ସମ୍ମିଳନୀ ରେ ଦି ବେଲ ର ଅଧକ୍ଷ ସିଦ୍ଧାର୍ଥ ରାୟ, ଉପସଭାପତି ସୁକାନ୍ତ ପଣ୍ଡା, ଅଭ୍ୟର୍ଥନା କମିଟି ଓ ପରିବର୍ତ୍ତନ ଓଡିଶା ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର,ବରିଷ୍ଠ ସିନେ ଓ ଟେଲିଭିଜନ ନିର୍ଦେଶକ ଶ୍ୟାମା ପ୍ରସାଦ ମିଶ୍ର, ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆର, ପରିବର୍ତ୍ତନ ଓଡିଶା ର ସହ ସମ୍ପାଦକ ଶ୍ୟାମ ସୁନ୍ଦର ମହାପାତ୍ର ଙ୍କ ସମେତ ଦି ବେଲ ର କର୍ମକର୍ତ୍ତା ଯୋଗଦେଇଥିଲେ |ଏହି ଅବସର ରେ ମହୋଦଧି ଦିବସ ୨0୨୫ ର ପୋଷ୍ଟର ଉନ୍ମୋଚିତ ହୋଇଥିଲା |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ