
ଧର୍ମଶାଳା, ୬ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ପ୍ରେସ କ୍ଲବର ନବନିର୍ବାଚିତ କର୍ମକର୍ତାଙ୍କ ଶପଥପାଠ ଉତ୍ସବ ଜାରକାସ୍ଥିତ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦାୟୀ ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ଅବସରରେ ନୂତନ ଭାବେ ଚୟନ ହୋଇଥିବା ସଭାପତି ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ, ଉପସଭାପତି ମାନସ ରଞ୍ଜନ ଜେନା,ସହ ସମ୍ପାଦକ ପ୍ରଶାନ୍ତ କୁମାର ଗନ୍ତାୟତ, କୋଷାଧ୍ୟକ୍ଷ ବିବେକାନନ୍ଦ ରାୟ, ଆଇନ ପରାମର୍ଶଦାତା କ୍ଷୀରୋଦ ଚନ୍ଦ୍ର ମୁଦୁଲି ସମେତ ଉପଦେଷ୍ଟା, ରମାକାନ୍ତ ଜେନା, ବଟକୃଷ୍ଣ ପରିଡା, ଚନ୍ଦ୍ରମଣି ନାୟକ, ଗୁଲାମ ଗସଙ୍କୁ ଉତରୀୟ ଓ ଫୁଲ ତୋଡା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମସ୍ତ ନୂତନ କର୍ମକର୍ତାଙ୍କୁ ଶପଥପାଠ କରାଯାଇଥିଲା । ପରେ ବିଦାୟୀ ସଭାପତି ନୂତନ ସଭାପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ସଭାପତି ଶ୍ରୀ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ବଣ ଭୋଜି ପାଇଁ ସମୟ ନିର୍ଘଂଟ କରାଯିବା ସହ ପର୍ଯ୍ୟଟନ ସ୍ଥଳୀ ବଛାଯାଇଥିଲା । ଚଳିତ ମାସ ୧୪ ତାରିଖରେ ପ୍ରେସ କ୍ଲବର ସଦସ୍ୟମାନେ ବଣଭୋଜି ପାଇଁ ହଦଗଡ ଯିବାକୁ ସ୍ଥିର କରାଯାଇଥିଲା । ଯାହାକୁ ଉପସ୍ଥିତ ସମସ୍ତ ସଦସ୍ୟ ଓ କର୍ମକର୍ତା ସହମତି ପ୍ରଦାନ କରିଥିଲେ । ଏହି ବୈଠକରେ ପ୍ରେସ କ୍ଲବର ସଦସ୍ୟ କପିଳେନ୍ଦ୍ର ରାଉତ, ଗିରିଧରୀ ବେହେରା, ବିକ୍ରମ ମହାନ୍ତି, ଅନିଲ କୁମାର ନାୟକ, କିଶୋର ରାଉତ , ବିନୋଦ ସାହୁ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଶେଷରେ ଶ୍ରୀ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ