
ଧର୍ମଶାଳା,୬ଡିସେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଖଣ୍ଡାୟତ,କ୍ଷେତ୍ରୀୟ,ଚଷା ଓ ପାଇକ ମହାସଙ୍ଗ ପକ୍ଷରୁ ଏକ ଜିଲା ସ୍ତରୀୟ ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲା ଆବାହକ ଦେବବ୍ରତ ରାଉତଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀରେ ଉଦଘାଟକଭାବେ ଅବସରପ୍ରାପ୍ତ ଡାକ୍ଟର ନବଘନ ପରିଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ସେନା ସେନା ଅଧିକାରୀ ତ୍ରିଲୋଚନ ବିଶ୍ୱାଳ,ମୁଖ୍ୟବକ୍ତାଭାବେ ସମାଜସେବୀ ସମର କେତନ ଲେଙ୍କା,ସମ୍ମାନୀତ ଅତିଥିଭାବେ ସୁଦର୍ଶନ ଛୋଟରାୟ,ବିନୟ ଭୂଷଣ ଜେନା,ବସନ୍ତ କୁମାର ପରିଡା,ପ୍ରଦୀପ କୁମାର ଧଳ,ଆଇନଜୀବୀ ଅନିଲ କୁମାର ଦଳାଇ, ନରେଶ କୁମାର ଜେନା ,ସୁଧୀର କୁମାର ନାୟ.ଦିଲୀପ କୁମାର ରାଉତ ଓ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗ ଦେଇ ଖଣ୍ଡାୟତ ସମାଜକୁ ଓବିସି ମାନ୍ୟତା ପାଇଁ ଗଣତାନ୍ତ୍ରୀକ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସୌଭାଗ୍ୟ ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଧିରେନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବ ସଂଗଠକ ରାଜେନ୍ଦ୍ର ବରାଳ,ନିର୍ମଳ ଜେନା,ମୃତ୍ୟୁଞ୍ଜୟ ଦେଓ,ଅନନ୍ତ କିଶୋର ସ୍ୱାଇଁ,ରମେଶ ଚନ୍ଦ୍ର ଦଳ,ତାପସ ରାୟ,ପ୍ରଣ୍ଡବ ଧଳ,ଦୀଲିପ ରାଉତ,ସନାତନ ନାୟକ,ନବଘନ ସ୍ୱାଇଁ,ବିଜୟ କୁମାର ନାୟକ,ଶରତ ଚନ୍ଦ୍ର ସ୍ୱାଇଁ,ନକୂଳ ଚନ୍ଦ୍ର ନାୟକ,ଧମେନ୍ଦ୍ର ମଲ୍ଲ,ଦିଲୀପ ସାମଲ ଓ ଦୀପ୍ତିମୟୀ ନାୟକ ପ୍ରମୁଖ ଆଲୋଚନା ଅଂଶ ଗ୍ରଡଣ କରିଥିଲେ । ଶେଷରେ ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ