ଭାରତ ରତ୍ନ ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଭାରତ ରତ୍ନ ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଶିଳ୍ପୀ ‘ଭାରତ ରତ୍ନ’ ବାବାସାହେବ
ଭାରତ ରତ୍ନ ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଂଜଳି     ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଭାରତ ରତ୍ନ ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କ

ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଶିଳ୍ପୀ ‘ଭାରତ ରତ୍ନ’ ବାବାସାହେବ

ଡ଼ଃ ଭୀମରାଓ ଆମ୍ବେଡକରଙ୍କ ମହାପରିନିର୍ବାଣ ଦିବସରେ ମୁଁ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି।

ବାବାସାହେବଙ୍କ ଜୀବନ ସାମାଜିକ ନ୍ୟାୟ, ସମାନତା ଓ

ମାନବାଧିକାର ସୁରକ୍ଷା ପ୍ରତି ସମର୍ପିତ ଥିଲା। ବଞ୍ଚିତ ଓ ଶୋଷିତମାନଙ୍କର ଅଧିକାରର ସ୍ୱର ହୋଇ

ସେ ଭାରତକୁ ଆଧୁନିକ ଗଣତାନ୍ତ୍ରିକ ମୂଲ୍ୟବୋଧର ଦୃଢ଼ ଭିତି ପ୍ରଦାନ କରିଥିଲେ। ତାଙ୍କର

ଚିନ୍ତନ–ଦର୍ଶନ ଆମକୁ ଏହି ପ୍ରେରଣା ଦେଇଥାଏ ଯେ, ଦେଶ ସେତେବେଳେ ଆଗକୁ ବଢ଼େ ଯେତେବେଳେ ସମାଜର ଶେଷ ଶିଢ଼ିରେ ଥିବା

ଲୋକଟିଏ ଶକ୍ତିଶାଳୀ ହୁଏ। ତାଙ୍କର ଆଦର୍ଶଗୁଡ଼ିକ ଆଜି ମଧ୍ୟ ଆମର ସାମୂହିକ ଚେତନାକୁ ଦିଗ୍ଦର୍ଶନ

କରୁଥିବା ଆଲୋକସ୍ତମ୍ଭ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande