
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଓଡ଼ିଶା ପର୍ଯ୍ୟଟନ ପ୍ରତି ବଢୁଛି ବିଦେଶୀଙ୍କ ଆଗ୍ରହ । ଓଡ଼ିଶାରେ
ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।୫ ବର୍ଷ ରେ ଓଡ଼ିଶା ଆସିଲେଣି ୧ ଲକ୍ଷ ୩୩ ହଜାର ୧୬୧
ବିଦେଶୀ ପର୍ଯ୍ୟଟକ । ୨୦୨୦ ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ ରେ ଆସିଥିଲେ
୨୨୬୯ ବିଦେଶୀ ପର୍ଯ୍ୟଟକ । ୨୦୨୨ ରେ ୨୨ ହଜାର ୧୭୨ ବିଦେଶୀ ପର୍ଯ୍ୟଟକ, ୨୦୨୩ ରେ ୪୫ ହଜାର ୧୭୩
ବିଦେଶୀ ପର୍ଯ୍ୟଟକ ଓ ୨୦୨୪ ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି ।
ଜାପାନରୁ ସବୁଠାରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା ।
ଯାହାର ସଂଖ୍ୟା ହେଉଛି ୪ ହଜାର ୪୨୩ ବିଦେଶୀ ପର୍ଯ୍ୟଟକ । ଜାପାନ ପରେ ଦ୍ୱିତୀୟରେ ରହିଛି ଇଟାଲୀ, ୩ ହାଜର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ସେହିପରି
ଜର୍ମାନୀରୁ ୩୭୨୨, ୟୁକେ ରୁ ୩୭୧୫, ଫ୍ରାନ୍ସରୁ ୩୦୦୮
ବିଦେଶୀ ପର୍ଯ୍ୟଟକ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଆସିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର
ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା