
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)
ପ୍ରଭାତୀ ପରିଡା ବିବୃତି ରଖିବାକୁ ରୁଲିଂ ଦେଲେ ବାଚସ୍ପତି
- ମାନବ ଚାଲାଣ ଓ ଶିଶୁ ନିର୍ଯ୍ୟାତନାକୁ ନେଇ ଗୃହରେ
ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ରାଜ୍ୟରେ ଏଭିଳି ଭାବରେ
ମାନବ ଚାଲାଣ ଚାଲିଛି ଯାହା କି ସରକାରଙ୍କ ବିକଳ ଚିତ୍ର ଦେଖାଉଛି । ରାଉରକେଲାରେ ନାବାଳିକାଙ୍କୁ
ରାଜସ୍ଥାନରେ ବିକ୍ରି କରାଯାଇଛି । ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହାକୁ
ରୋକିବା ପାଇଁ କଣ ନିୟମ ରହିଛି । କିଛି ନିୟମ କରିବେ କି ସରକାର । ସେହିପରି ନୀଳଗିରିର ଏକ ହଷ୍ଟେଲରେ ଜଣେ ଛାତ୍ରକୁ ଶିକ୍ଷକ
ଶିକୁଳିରେ ବାନ୍ଧି ରଖିବା ଘଟଣା ସାମ୍ନାକୁ ଆସିଲା । ଏ ନେଇ ଏବେ ଯାଏଁ କୌଣସି
କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ମାନବ ଚାଲାଣ, ମହିଳା ଓ ଶିଶୁ ଅତ୍ୟାଚାର କିପରି ରୋକା ଯାଇପାରିବ
ସେନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ ଦାବି
କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେପଟେ ଚଳିତ ଅଧିବେଶନ ଭିତରେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିବୃତି ରଖିବାକୁ ରୁଲିଂ ଦେଲେ ବାଚସ୍ପତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା