ଶୂନ୍ୟକାଳରେ ଉଠିଲା ଆମ ବସ ବେପରୁଆ ଗାଡି ଚଳାଇବା ପ୍ରସଙ୍ଗ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ ଉଠିଲା ଆମ ବସ ବେପରୁଆ ଗାଡି ଚଳାଇବା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବିଧାୟକ ଅନନ୍ତ ନାରାୟଣ ଜେନା । ଗତକାଲି ବାଣୀବିହାର ସତସଙ୍ଗ ବିହାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣା ଘଟାଇବା ପରେ ବସ ଥୋଇ ଦେଇ ଡ୍ରାଇଭର
ଶୂନ୍ୟକାଳରେ ଉଠିଲା ଆମ ବସ ବେପରୁଆ ଗାଡି ଚଳାଇବା ପ୍ରସଙ୍ଗ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ ଉଠିଲା ଆମ ବସ ବେପରୁଆ ଗାଡି ଚଳାଇବା

ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବିଧାୟକ ଅନନ୍ତ ନାରାୟଣ ଜେନା । ଗତକାଲି ବାଣୀବିହାର ସତସଙ୍ଗ

ବିହାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣା ଘଟାଇବା ପରେ ବସ ଥୋଇ ଦେଇ ଡ୍ରାଇଭର

ଚମ୍ପଟ ମାରିଲା । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି । ଗାଡି ଚାଳକ ଦକ୍ଷ କି ନାହିଁ ତାହା

ପରୀକ୍ଷା କିଏ କରୁଛି । ଯେଉଁମାନେ ବେପରୁଆ ଗାଡ଼ି ଚାଳନା କରୁଛନ୍ତି ସେମାନଙ୍କ ବିରୋଧରେ

ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଦାବି କଲେ ବିଧାୟକ । ଏହା ପାଇଁ ଏକ ସ୍ବତନ୍ତ୍ର ଆଇନ

ଆଣିବାକୁ ଦାବି କଲେ ଅନନ୍ତ ଜେନା । ଦକ୍ଷତା ଥିବା ଭଳି ଲୋକଙ୍କୁ ଡ୍ରାଇଭିଂ ଦାୟିତ୍ୱରେ ରଖାଯାଉ

ବୋଲି ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande