ପେଶା ଆଇନ ଲାଗୁ ପାଇଁ କଂଗ୍ରେସର ଦାବି
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ରାଜ୍ୟରେ ପେଶା ଆଇନକୁ କାର୍ଯ୍ୟକାରୀ କରିବାକୁ ଶୂନ୍ୟକାଳରେ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଭାରତରେ ଓଡ଼ିଶାର ସ୍ଥାନ ହେଉଛି ଆଦିବାସୀ ରାଜ୍ୟ ଭାବରେ ତିନି ନମ୍ୱର । ଯେଉଁଠି ୪୦ ପ୍ରତିଶତରୁ ଅଧିକ ଆଦିବାସୀ
ପେଶା ଆଇନ ଲାଗୁ ପାଇଁ କଂଗ୍ରେସର ଦାବି


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ରାଜ୍ୟରେ ପେଶା ଆଇନକୁ କାର୍ଯ୍ୟକାରୀ କରିବାକୁ

ଶୂନ୍ୟକାଳରେ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଭାରତରେ ଓଡ଼ିଶାର

ସ୍ଥାନ ହେଉଛି ଆଦିବାସୀ ରାଜ୍ୟ ଭାବରେ ତିନି ନମ୍ୱର । ଯେଉଁଠି ୪୦ ପ୍ରତିଶତରୁ ଅଧିକ ଆଦିବାସୀ

ରହିଛନ୍ତି । କିନ୍ତୁ ତାଙ୍କୁ ଧୋକା ଦେଇଛନ୍ତି ବିଜେପି ସରକାର । ସରକାରକୁ ଆସିବାର ୧୭ ମାସରୁ

ଅଧିକ ସମୟ ହୋଇଗଲାଣି କିନ୍ତୁ ପେଶା ଆଇନକୁ ଲାଗୁ କଲେ ନାହିଁ । ଯେତେବେଳେ କି ସରକାର କହିଥିଲେ

ଦ୍ଵିତୀୟ ଅଧିବେଶନରେ କାର୍ଯ୍ୟକାରୀ କରିବୁ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ବିଭାଗରେ

ଆଦିବାସୀ ସଂପ୍ରଦାୟର ଲୋକ ମନ୍ତ୍ରୀ ଅଛନ୍ତି । ତା ସହ ଦେଶର ରାଷ୍ଟ୍ରପତି ମଧ୍ୟ ଆଦିବାସୀ

ଅଛନ୍ତି । କିନ୍ତୁ ଆଦିବାସୀଙ୍କୁ ତାଙ୍କ ହକ କାହିଁକି ମିଳୁନାହିଁ । ତାଙ୍କୁ ତାଙ୍କ ଜଳ, ଜଙ୍ଗଲ ଓ ମାଟିର ଅଧିକାର ଦିଆଯାଉ ନାହିଁ । ଏଇଠୁ

ସ୍ପଷ୍ଟ ହେଉଛି କି ଆଦିବାସୀଙ୍କୁ ଶୋଷଣ କରିବା ମନରେ ରଖିଛନ୍ତି ରାଜ୍ୟ ସରକାର । ଆଦିବାସୀ ମାନେ

ନିରୀହ । ସେମାନେ ଯେତେବେଳେ ନ୍ୟାୟ ପାଇଁ ଜାଗ୍ରତ ହେବେ ସେତେବେଳେ ତାଙ୍କୁ କୌଣସି ଶକ୍ତି

ଅଟକାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande