
କେନ୍ଦୁଝର, ୭ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ପୁଲିସ୍ ଆଜି ସକାଳେ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଦୁଇଟି ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରିଛି । OD-11-T-0338 ଓ OD-11-AF-0338 ନମ୍ବର ଥିବା ଦୁଇଟି ହାଇୱା ଗାଡ଼ି ଠାକୁରମୁଣ୍ଡାରୁ ସାହାରପଡାକୁ ବାଲି ନେଇ ଆସୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ବାଲି ବୋଝେଇ ହାଇୱା ୨ ଗାଡ଼ିକୁ ଅଟକ ରଖି ଖଣି ବିଭାଗକୁ ସୂଚନା ଦିଆଯାଇଥିବା କହିଛନ୍ତି। କାଗଜ ପତ୍ର ଯାଞ୍ଚବେଳେ ଗାଡିର କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ୨ ଗାଡିକୁ ଅଟକ ରଖିଛି। ହାଇୱାର ୨ ଚାଳକ ଠାକୁରମୁଣ୍ଡାର ଗୋପ ପରେଇ ଓ ମହୁଲଡିହାର ପଦ୍ମଲୋଚନ ମହାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଦୁଇଟି ବାଲି ବୋଝେଇ ହାଇୱା ଗାଡିକୁ ଜବତ କରି ପାଟଣା ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA